ରାସ୍ତା କାମରେ ନିୟୋଜିତ ଏକ ରୋଲର ଓଲଟିଲା ଅଳ୍ପକେ ବର୍ତ୍ତି ଗଲେ ଚାଳକ

ରାୟଗଡା(କୋଶଲ ନ୍ୟୁଜ୍):-ଲୋକଙ୍କ ଗମନାଗମନ ପାଇଁ ସରକାର ଙ୍କ ପକ୍ଷରୁ ରାସ୍ତାଘାଟ ନିର୍ମାଣ କାରଯାଉଥିବା ବେଳେ ନିମ୍ନମାନର କାମ ସାଙ୍ଗକୁ କିଛି ସ୍ଥାନରେ ନିୟୋଜିତ ଗାଡିମଟର ଦୁର୍ଘଟଣାରେ ନିୟୋଜିତ ଗାଡି ଚାଳକ ଆହତ ହେଉଥିବା ବେଳେ କେତେ ସ୍ଥାନରେ ମୃତ୍ୟୁବରଣ କରୁଥିବା ଖବର ପ୍ରକାଶ ପାଉଅଛି। ସେହି ଭଳି ଏକ ରୋଲର ରାସ୍ତା କାମରେ ନିୟୋଜିତ ରହିଥିବା ସମୟରେ ଓଲଟି ପଡିବାରୁ ଚାଳକ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି। ଘଟଣାଟି ଘଟିଛି ରାୟଗଡା ଜିଲ୍ଲା କାଶିପୁର ବ୍ଳକ ସିପିଇ ଯୋଡି ଗ୍ରାମ ନିକଟରେ। ମିଳିଥିବା ସୂଚନା ଅନୁସାରେ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଡୁମେରପଦର ଗ୍ରାମ ଠାରୁ କାଶିପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ସିପିଇଯୋଡି ଗ୍ରାମ ନିକଟରେ ପିବ୍ଳୁଡି ତରଫରୁ ରାସ୍ତା ନିର୍ମାଣ କାର୍ଯ୍ଯରେ ନିୟୋଜିତ ଏହି ରୋଲର ଟି ଭାରସାମ୍ୟ ହରାଇ ଜମି କୁ ଖସିପଡିଥିବା ଜଣାପଡିଛି, ତେବେ ଚାଳକ ଜଣକ ଅଳ୍ପକେ ବର୍ତ୍ତିଯାଇଥିବା କୁହାଯାଉଛି। ଏହି ନିର୍ମାଣ ଧିନ ରାସ୍ତାରେ ଠିକାଦାର ମନଇଛା ନିମ୍ନମାନର କାର୍ଯ୍ଯ ମଧ୍ୟ କରୁଥିବା କିଛି ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା କାମରେ ନିମ୍ନମାନର ଓ ନାଲିମାଟି ବ୍ଯବହାର କରୁଥିବା ନେଇ ମଧ୍ୟ ଅଭିଯୋଗ ହେଉଅଛି ।

ରାୟଗଡା ଜିଲ୍ଲାରୁ ବିନୋଦ ନାଏକ ଙ୍କ ରିପୋର୍ଟ କୋଶଲ ନ୍ୟୁଜ୍

Comments (0)
Add Comment