ଯାତ୍ରୀବାହୀ ବୋଲେରୋ ଗାଡିକୁ ଭଙ୍ଗାରୁଜା ଓ ମରଣାତ୍ମକ ଆକ୍ରମଣ ସହ ଟଙ୍କା, ସୁନା ଲୁଟ ଅଭିଯୋଗ

କାଶୀପୁର(କୋଶଲ ନ୍ୟୁଜ୍):-ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଶୁଙ୍ଗେର ପଞ୍ଚାୟତ କଣ୍ଟାମାଳ ଗ୍ରାମରେ କିଛି ଦୁର୍ବୁତ୍ତ ମଙ୍ଗଳବାର ସନ୍ଧ୍ୟାରେ ଥୁଅମୁଳ ରାମପୁରଥାନା ଅନ୍ତର୍ଗତ ମେଲଘରା ଗ୍ରାମ ର କିଛି ମହିଳା ଓ ପୁରୁଷ ଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହ ତାଙ୍କ ଠାରେ ଥିବା ମୋବାଇଲ, ସୁନା ଅଳଙ୍କାର ପୁଣି ଟଙ୍କା ଲୁଟିନେଇଥିବା କାଶୀପୁର ଥାନାରେ ଅଭିଯୋଗ ହେଇଛି ।
ଘଟଣାରେ ପୀଡିତ ଙ୍କ ସୂଚନା ପ୍ରକାରେ ମେଲଘରା ଗ୍ରାମର ପ୍ରାୟ ୨୨ ଜଣ ମହିଳା ଓ ପୁରୁଷ କୌଣସି କାମ ରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଗ୍ରାମ କୁ ଯାଇଥିଲେ । ଫେରିବା ବେଳକୁ ସନ୍ଧ୍ୟା ହେଇଯିବା ଫଳରେ ସେମାନେ ଦୁଇଟି ବୋଲେର ଗାଡି ଓ ଗୋଟିଏ ବାଇକ ଯୋଗେ ନିଜ ଗାଁ ମେଲଘରାକୁ ଫେରୁଥିଲେ । ଫେରିବା ବାଟ ର କାଶୀପୁର ଥାନା ଅନ୍ତର୍ଗତ କଣ୍ଟାମାଳ ଗ୍ରାମ ର କିଛି ଲୋକ ହଟାତ ବୋଲର ଗାଡିକୁ ପଥର ମାରି ଆକ୍ରମଣ କରି ଗାଡିଟିକୁ ଅଟକାଇ ଥିଲେ। ଗାଡିଟି କୁ ଭଙ୍ଗାରୁଜା କରିବା ସହ ବୋଲେର ଯାତ୍ରୀଙ୍କୁ ମାଡ଼ ମାରି ପ୍ରାୟ ୬୦ ହଜାର ଟଙ୍କା , ମୋବାଇଲ ଓ କିଛି ମହିଳାଙ୍କ ଠାରୁ ସୁନା ମଧ୍ୟ ଲୁଟି ନେଇଥିବା ଲିଖିତ ଅଭିଯୋଗ କାଶୀପୁର ଥାନେରେ କରାଯାଇଛି। ଘଟଣାଟି ରାତ୍ର ସମୟରେ ଘଟିଥିବା ହେତୁ ଗ୍ରାମବାସୀ କୌଣସି ଦୁର୍ବୃତଙ୍କୁ ଚିନ୍ହି ନ ପାରି ନିଜ ଗାଁ କୁ ଫେରିଯାଇଥିଲେ ।
ଘଟଣାରେ ପିଡିତା ମହିଳା ଓ ପୁରୁଷ ଆଜି ବୁଧବାର ସଖାଳେ କାଶୀପୁର ଥାନା ରେ ପହଞ୍ଚି ଘଟଣା ସମ୍ପର୍କରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ସମ୍ପୃକ୍ତ ଘଟଣାରେ କଣ୍ଟାମଲ ଗ୍ରାମର କିଛି ବ୍ୟକ୍ତି ଜଡିତ ଥିବା ପ୍ରାଥମିକ ତଦନ୍ତରେ ପୋଲିସ ସନ୍ଧେହ ହେଇଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାଶୀପୁର ଥାନା ପକ୍ଷରୁ ସୂଚନା ଦିଆ ଯାଇଛି ।

ରିପୋର୍ଟ:-ବିନୋଦ ନାଏକ

Comments (0)
Add Comment