ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମହାସଂଘ (AICCTU) ପକ୍ଷରୁ ବ୍ଲକ ସ୍ତରୀୟ ବୈଠକ

ଫେବୃଆରୀ ୧୬ ଦେଶ ବ୍ୟାପୀ ଧର୍ମଘଟ ଓ ହଡତାଲ

ରାୟଗଡା(କୋଶଲ ନ୍ୟୁଜ୍):-ରାୟଗଡା ଜିଲ୍ଲା ଗଣପୁର ଚଳିତ ମାସ 04 02 2024 ତାରିଖ ଦିନ ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମହାସଂଘ (AICCTU)ଏକଟୁ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁଣପୁର ତହସିଲ ଅନ୍ତର୍ଗତ ସଂଗିତ କଳା ନିକେତନ ନିକଟରେ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ପାଚିକାମାନଙ୍କୁ ସରକାରୀ କର୍ମଛାରୀର ମାନ୍ୟତା ଓ ମାସିକ ସର୍ବନିମ୍ନ ମଜୁରୀ୨୬ ହଜାର ଟଙ୍କା, ପାଚିକାମାନଙ୍କୁ ୧୦ ମାସର ପରିବର୍ତ୍ତେ ୧୨ମାସର ପାରିଶ୍ରମିକ ପ୍ରଦାନ କରିବା ସହିତ ୨୦୨୨ ମଇ, ଜୁନ ମାସରେ କାମ କରିଥିବା ସମସ୍ତ ପାଚିକାଙ୍କୁ ପାରିଶ୍ରମିକ ପ୍ରଦାନ କରିବା – ୨୦୦୯ ଡିସେମ୍ବରରୁ ୨୦୧୨ ମାର୍ଚ୍ଚ ପର୍ଯ୍ୟନ୍ତ କାମ କରିଥିବା ସମସ୍ତ ପାଚିକା ସହାୟିକାଙ୍କ ନିର୍ଭଲୁ ତାଲିକା ପ୍ରସ୍ତୁତ କରି ମୃତକଙ୍କ ଉତ୍ତରାଧିକାରୀଙ୍କୁ ଓ ଅବସରପ୍ରାପ୍ତ ପାଚିକାଙ୍କୁ ପାରିଶ୍ରମିକ ଅବିଳମ୍ବେ ପ୍ରଦାନ କରିବା – ସ୍କୁଲ ବନ୍ଦ, ସ୍କୁଲ ମିଶ୍ରଣ ଫଳରେ ବାଦ ପଡିଥିବା ସମସ୍ତ ପାଚିକାଙ୍କୁ ଅନ୍ୟତ୍ର ନିଶ୍ଚିତ ନିଯୁକ୍ତି କରିବା – ପିଲାସଂଖ୍ୟା କମ ପାଇଁ ବନ୍ଦ ହୋଇଥିବା ୯୬୬ ଓ ୧୪୩୭୯ ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଖୋଲାଯାଇ ପାଚିକାମାନଙ୍କୁ ନିଯୁକ୍ତି କରିବା – ଅବସରକାଳୀନ ବୟସ ସୀମା ୬୫କୁ ବୃଦ୍ଧି କରିବା ସହିତ ୬୦ବର୍ଷ ପରେ ବାଦ ପଡିଥିବା ପାଚିକାଙ୍କୁ ଅବସର କାଳୀନ ଭତ୍ତା ପ୍ରଦାନ – ପାଚିକାଙ୍କୁ ପ୍ରତିମାସ ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ କରିବା – ମଧ୍ୟାନ୍ନ ଭୋଜନ କାମ ବ୍ୟତୀତ ଅନ୍ୟାନ୍ୟ କାମରେ ନିୟୋଜିତ ବନ୍ଦ କରିବା – ପାଚିକା ମାନଙ୍କୁ ଛୁଟି ନେବାର ବ୍ୟବସ୍ଥା ସହିତ ସରକାରୀ ନିୟମ ଅନୁଯାୟୀ ପାରିଶ୍ରମିକ ସହିତ ପ୍ରସୂତିକାଳୀନ ଛୁଟିର ବ୍ଯବସ୍ଥା – ମଧ୍ୟାହ୍ନ ଭୋଜନକୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ଭଳି ଘରୋଇ ସଂସ୍ଥାକୁ ହସ୍ତାନ୍ତର ବନ୍ଦ କରିବା – ପାଚିକାମାନଙ୍କର ଗତ ୪ବର୍ଷର ବକେୟା ଶାଢୀ ପ୍ରଦାନ ସହିତ ବର୍ଷକୁ ଦୁଇ ହଳ ଶାଢୀ ପ୍ରଦାନ, ସାମାଜିକ ନିରାପତ୍ତା, ବୀମାଭୁକ୍ତ କରିବା ଅବସରକାଳୀନ ସହଯୋଗ ରାଶିକୁ ୫୦ ହଜାର ଟଙ୍କା ପ୍ରଦାନ କରିବା – ବିଭିନ୍ନ ସ୍କୁଲରେ ନୂତନ ଭାବେ ନିଯୁକ୍ତି ପାଉଥ‌ିବା ପାଚିକାଙ୍କୁ ନିଯୁକ୍ତି ଦିନଠାରୁ ପାରିଶ୍ରମିକ ପ୍ରଦାନ – ଶ୍ରମିକ, କର୍ମଋରୀ ବିରୋଧ ଶ୍ରମ କୋଡକୁ ବାତିଲ କରିବା – ମଧ୍ୟାହ୍ନ ଭୋଜନ ଓ ପାଚିକା ସହାୟିକା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ୍‌ରେ ଆବଶ୍ୟକୀୟ ବ୍ୟୟ ବରାଦ କରିବାର ବ୍ୟବସ୍ଥା କରିବା ସହିତ ଛାତ୍ରମାନଙ୍କର ମୁଣ୍ଡପିଛା ଖାଇବା ଖର୍ଚ୍ଚ ବୃଦ୍ଧି – ନୂତନ ଶିକ୍ଷାନୀତି ୨୦୨୦କୁ ବାତିଲ କରାଯାଉ ।
ଉପସ୍ଥିତ ଥିଲେ।
ତ୍ରିପତି ଗମାଙ୍ଗ (ଉପଦେଷ୍ଟା) ମୁନି ଶବର – ମୁକ୍ତିଲତା ଶବର – ଜକେବଲ ଶବର – ଜିବନ୍ତି ଗମାଙ୍ଗ – ଚନ୍ଦ୍ରାବତୀ ଶବର – ଗିତନି ଶବର – ମାଧୁରୀ ଗୌଡ – ଗିରି ଗୌଡ – ସରୋଜନି ଗୌଡ – ରଶ୍ମୀତା ଦାସ

ରାୟଗଡା ଜିଲ୍ଲା ରୁ ବିନୋଦ ନାଏକ ଙ୍କ ରିପୋର୍ଟ କୋଶଲ ନ୍ୟୁଜ୍

Comments (0)
Add Comment