ମାଲେସିଆ ଓପନ୍ କରାଟେ ଚାମ୍ପିଅନ୍‌ସିପ୍‌ରେ ଦିବ୍ୟାଙ୍ଗ ରମେଶଙ୍କୁ ସ୍ଵର୍ଣ୍ଣ

ସଫଳତା ନେଇ ଫେରିଥିବାରୁ ଶୁଭେଚ୍ଛା ଜଣାଇଲେ ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ, ରାୟଗଡ଼ା


ରାୟଗଡ଼ା ମାଲେସିଆର ପେରକଠାରେ ଗତ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ୨୦ତମ ଇଣ୍ଟରନ୍ୟାସନାଲ ଓକିନାଭା ଗୋ- ରିୟୁ ଇପିହୋ ସିଟି ଓପନ୍‌ କାରାଟେ ଚାମ୍ପିଅନସିପ୍- ୨୦୨୪ରେ ଭାଗ ନେଇ ସଫଳତା ପାଇଥିବା ରାୟଗଡ଼ାର ଦିବ୍ୟାଙ୍ଗ ଖେଳାଳି ଲିଙ୍ଗାଲା ରମେଶ କୁମାରଙ୍କୁ ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ଦୟାନିଧି ରାଉତ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି। ରାୟଗଡ଼ା ଉପ ଉଦ୍ୟାନ କୃଷି କାର୍ଯ୍ୟାଳୟରେ ଶ୍ରୀ ଦୟାନିଧି ରାଉତ ଦିବ୍ୟାଙ୍ଗ ରମେଶଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବନ୍ଧିତ କରିବା ସହ ଭୂୟସୀ ପ୍ରଶଂସା କରିଥିଲେ | ଏହି ସମ୍ବଦ୍ଧନା କାର୍ଯ୍ୟକ୍ରମରେ ଉପ ଉଦ୍ୟାନ କୃଷି ରାୟଗଡ଼ା ଯନ୍ତ୍ରୀ ଶ୍ରୀ ହେମନ୍ତ ବେହେରା, ଓଡ଼ିଶା ବିକଳାଙ୍ଗ ମଞ୍ଚ (ଓବିଏମ୍) ରାୟଗଡ଼ା ଜିଲ୍ଲା ଶାଖା ସାଧାରଣ ସମ୍ପାଦକ ଜଳନ୍ଧର ବାଚେଲି ଉପସ୍ଥିତଥିଲେ । ଏହି ଚାମ୍ପିଅନସିପରେ ଭାରତର ୪ଜଣ ଖେଳାଳି ମନୋନୀତ ହୋଇଥିବାବେଳେ ଓଡ଼ିଶାର ରାୟଗଡ଼ାରୁ ରମେଶ କୁମାର ଅଂଶଗ୍ରହଣ କରିଥିଲେ ସେ ୫୫ ବର୍ଗରେ ମାଲେସିଆ ଜାପାନ, ଇଣ୍ଡୋନେସିଆ, ସିଙ୍ଗାପୁର ଭଳି ଦେଶର ଖେଳାଳିଙ୍କ ସହ ମୁକାବିଲା କରି ସ୍ବର୍ଣ୍ଣ ପଦକ (ଗୋଲ୍ଡ ମେଡାଲ) ଅଧିକାର କରିଥିଲେ | ରମେଶ ରାୟଗଡ଼ାରୁ ଗତ ୫ ତାରିଖରେ ମାଲେସିଆ ଅଭିମୁଖେ ଯାଇ ୮ ତାରିଖରେ ପହଞ୍ଚିଥିଲେ । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ରମେଶଙ୍କୁ ଶୁଭେଚ୍ଛା ଜଣାଯାଇଥିବା ବେଳେ ଚଳିତ ବର୍ଷ ଫେବୃଆରୀ ମାସରେ ହାଇଦରାବାଦଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇ ଗୋଲ୍ଡ ମେଡାଲ ପାଇ ରାୟଗଡ଼ା ଜିଲ୍ଲାକୁ ଗୌରବାନ୍ବିତ କରିଥିଲେ। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ରମେଶଙ୍କୁ ପ୍ରୋତ୍ସାହିତ କରାଯିବାକୁ ଶ୍ରୀ ବାଚେଲି ଅନୁରୋଧ କରିଛନ୍ତି ।

ରାୟଗଡ଼ା ଜିଲ୍ଲା ରୁ ବିନୋଦ ନାଏକ ଙ୍କ ସହ ଅଶୋକ ପାଣି ଙ୍କ ରିପୋର୍ଟ କୋଶଲ ନ୍ୟୁଜ

Comments (0)
Add Comment