ମୈତ୍ରୀ କମ୍ପାନୀ ପକ୍ଷରୁ ପୌଷ ପର୍ବ ଟକି ମରା ପାଳନ ନିମନ୍ତେ ନୂତନ ବସ୍ତ୍ର ଓ ଖେଳ ସାମଗ୍ରୀ ବଣ୍ଟନ

ରାୟଗଡା(କୋଶଲ ନ୍ୟୁଜ୍):-ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ତଥା ଉଭୟ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆଦିବାସୀଙ୍କ ଗଣ ପର୍ବ ଟକି ମରା ପର୍ବ ପ୍ରାୟ ଆଟଦିନ ଧରି ଆଦିବାସୀ ପରମ୍ପରା ରେ ଅତି ନିଆରା ଭାବେ ପାଳନ କରାଯାଇଥାଏ। ଏହି ପରିପେକ୍ଷୀରେ କାଶୀପୁର ବ୍ଲକ ଅନ୍ତର୍ଗତ ଶୁଙ୍ଗେର ଅଞ୍ଚଳ ଏବଂ ଥୁଆମୂଳ ରାମପୁର ଅନ୍ତର୍ଗତ ତଳଆମ ପଦର ତୁଣ୍ଡାମୁହିଁ ଗ୍ରାମ ସମେତ କେରୋପାଇ ଜିପି ମହାଜାଲ ଗ୍ରାମରେ ପୌଷ ପର୍ବ ଟକି ମରା ପର୍ବ ପାଳନ ନିନାମନ୍ତେ ମୈତ୍ରୀ କମ୍ପାନୀ CSR ଆନୁକୂଲ୍ୟରେ ଗ୍ରାମବାସୀଙ୍କୁ ନୂତନ ବସ୍ତ୍ର, ଶାଢ଼ୀ କମ୍ବଳ ଓ ଯୁବ ପିଢିଙ୍କୁ ଭଲି ବୋଲ ନେଟ କ୍ରିକେଟ ବ୍ୟାଟ ବୋଲ ଆଦି କ୍ରୀଡା ସାମଗ୍ରୀ ବଣ୍ଟନ କରିଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ରେ ଉକ୍ତ ଅଞ୍ଚଳର ପାଞ୍ଚ ହଜାର ରୁ ଉର୍ଦ୍ଧ ଲୋକେ ଯୋଗଦାନ କରିଥିବା ସୂଚନା ମିଳୁ ଥିବାବେଳେ ମୈତ୍ରୀ କମ୍ପାନୀର ଶହାର୍ଦ୍ଧ୍ୟ ବଦାନ୍ୟତାକୁ ଅଞ୍ଚଳରେ ପ୍ରସଂଶା କରାଯାଉଛି ।

ରାୟଗଡା ଜିଲ୍ଲା ରୁ ବିନୋଦ ନାଏକ ଙ୍କ ରିପୋର୍ଟ କୋଶଲ ନ୍ୟୁଜ୍

Comments (0)
Add Comment