ଲୋକ ମାନଙ୍କ ସହ ଆଲୋଚନା ନ କରି ଯୋର ଜବରଦସ୍ତି କରିବା ଅଗଣତାନ୍ତ୍ରିକ ଅଟେ

ରାୟଗଡା(କୋଶଲ ନ୍ୟୁଜ୍):-ଗୁଣପୁର ପୌରପରିଷଦ 16 ନମ୍ଭର ୱାର୍ଡ କରାବାକଂ ଗାଁ ରେ ଆଦିବାସୀ ଗରିବ ଲୋକ 1980 ମସିହାରେ ବନ୍ୟା ରେ ସମ୍ପୂର୍ଣ୍ଣ ଗାଁ ନଦୀ ପାଣି ରେ ବୁଡି ରହିବା ଗାଁ ର ଲୋକ ମାନଙ୍କୁ ଘର କରିବା ପାଇଁ ସରକାର ଜାଗା ଦେଲେ ନାହିଁ ଏଥିପାଇଁ ଆଦିବାସୀ ମାନେ ସରକାର ଯାଗା ଉପରେ ଘର କରିବା ନିମନ୍ତେ ଉପଜିଲ୍ଲାପାଳ ଓ ତହସିଲଦାର ଏବଂ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ସହ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l ଗୁଣପୁର ପୋଲିସ ପ୍ରଶାସନ ଓ ଅନାନ୍ୟ ସରକାର କର୍ମଚାରୀ ମାନେ ମିଳିତ ହୋଇ ଆଦିବାସୀ ମାନେ ଦଖଲ କରି ଥିବାଯାଗା ଉପରେ ଅଗଣତାନ୍ତ୍ରୀକ ଭାବେ ଜେସିପି ଜରିଆରେ ଆଦିବାସୀ ମାନେ ପୋତି ଥିବା ଖୁଣ୍ଟି ଗୁଡିକ ଉପାଡି ପୋପାଡିଛନ୍ତି। ଲୋକ ଉପରେ ଦମନ ଲୀଳା କରୁଛନ୍ତି। ପ୍ରସାସନ ଲୋକଙ୍କ କଥା ଶୁଣୁ ନାହାଁନ୍ତି। ଉକ୍ତ ଘଟଣା କୁ ଆଦିବାସୀ ସଂଘର୍ଷ ମୋର୍ଚା (ASM) ର ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ତିବ୍ରନିଦାଂ କରିବା ସହ ଆଗାମୀ ଦିନରେ ସରକାର ଆଦିବାସୀ ମାନଙ୍କ ବିରୁଦ୍ଧରେ ଅତ୍ୟାଚାର କଲେ ଆଦୋଂଲନ ତିବ୍ର କରାଯିବ ବୋଲି ସୂଚନା ଦେଛନ୍ତି।

ରିପୋର୍ଟ:-ବିନୋଦ ନାଏକ

Comments (0)
Add Comment