ରାୟଗଡ଼ ପୌର ପରିଷଦର ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଦ୍ଵିତୀୟ ଦିନରେ

ରାୟଗଡ଼ା(କୋଶଲ ନ୍ୟୁଜ୍):-ରାୟଗଡା କୋଶଲ ନ୍ୟୁଜ ରାୟଗଡା ଜଗନ୍ନାଥ ମନ୍ଦିର ଠାରୁ ଏକ ବିଶାଳ ପଦଯାତ୍ରା ବାହାରି ଠିକା ସଂସ୍ଥା ବିରୁଦ୍ଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ପ୍ରଥମେ ପୌର ପରିଷଦର କାର୍ଯ୍ୟାଳୟ ରେ ଦାବି ପତ୍ର ପ୍ରଦାନ କରିଥିଲେ। ତାପରେ ରାୟଗଡ଼ ମୁଖ୍ୟ ବଜାର ଦେଇ ଶ୍ରମ ବିଭାଗ କାର୍ଯ୍ୟଳୟରେ ପହଞ୍ଚି ଶ୍ରମ ବିଭାଗ ଅଧିକାରି ଜସ୍ମିନ ସାହୁ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଦାବି ଗୁଡ଼ିକ ହେଲା ପୌର ପରିଷଦ ର ଠିକା ସଂସ୍ଥା ବନ୍ଦ କରାଯାଉ। ସମସ୍ତ ପରିଚୟ ପତ୍ର ଧାରକ ହିତାଧିକାରୀ ଙ୍କୁ ପୌର ପରିଷଦର ସଫେଇ କର୍ମଚାରୀ ରୂପେ ଘୋଷଣା କରାଯାଉ। ଦୈନିକ ମଜୁରୀ ୪୪୨ଟଙ୍କା ପ୍ରଦାନ କରାଯାଉ। ଚୁକ୍ତି ହୋଇଥିବା ରାଜିନାମାରେ ପଚାଶ ପ୍ରତିଶତ କର୍ମଚାରୀ ଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ। ମୁଖ୍ୟ ଦାବି ରହିଛି ପୌର ପରିଷଦର ଅଧୀନରେ କୌଣସି ଭଲ ମନ୍ଦ ବିଚାର କୁ ନିଆଯାଇଥାଏ। କିନ୍ତୁ, ଠିକା ସଂସ୍ଥା ଏବଂ ଠିକାଦାର ଗୋଟିଏ ଅଳୀ କିମ୍ୱା ଗୋଟିଏ ଦିନ ଛୁଟି କରିଲେ କାମକୁ ଆସୁନା କହୁଛନ୍ତି। ଏହିସବୁ ମନ ମୁଖତା ବନ୍ଦ କରାଯାଉ ବୋଲି। ସଫେଇ କର୍ମଚାରୀ ନିଜ ନିଜର ଜିଦ ରେ ଆଡ଼ି ବସିଛନ୍ତି।

ରିପୋର୍ଟ:-ତେଜସ୍ଵୀନୀ ଭୋତା

Comments (0)
Add Comment