ବିପୁଳ ପରିମାଣର ଶାଗୁଆନ କାଠ ସମେତ ଗାଡି ଓ ଦୁଇ ଅଭିଯୁକ୍ତ ଗିରଫ

ରାୟଗଡା(କୋଶଲ ନ୍ୟୁଜ୍):-ରାୟଗଡା ଜିଲ୍ଲା ଟିକିରି ବନାଞ୍ଚଳ ପକ୍ଷରୁ ଆଜି ଭୋର ପ୍ରାୟ ୪ ଟା ସମୟ ରେ ବେଆଇନ ଭାବେ ଚାଲାଣ ହେଉଥିବା ଏକ ସାଗୁଆନ ଗଛ ବୋଝେଇ ଟ୍ରକ ସହ କାରବାର ରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତ ଙ୍କୁ ଟିକିରି ବନାଞ୍ଚଳ ପକ୍ଷରୁ ଗିରଫ କରାଯାଇଛି । ସୂଚନା ପ୍ରକାରେ ଖୋର୍ଦ୍ଧା ଜିଲ୍ଲା ହଣ୍ଡାମଡା ଗ୍ରାମର ନଟବର ଦଳେଇ ଙ୍କ ପୁଅ ଗଣେଶ ଦଳେଇ ଓ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଖାଲ କୋଣା ଗ୍ରାମ ର ପୁରୁଷୋତ୍ତମ ବିଶୋଇ ଙ୍କ ପୁଅ ଭଗବାନ ବିଶୋଇ ଉଭୟ ଦୀର୍ଘଦିନ ଧରି ଅଞ୍ଚଳରେ କାଠ ବ୍ୟବସାୟ କରୁଥିବା ଜଣାପଡିଛି । ସୋମବାର ଦିନ ଦୋରଗୁଡା ଥାନା ଅନ୍ତର୍ଗତ କୁଚେଇପଦର ଅଞ୍ଚଳ ରୁ ନୀଳଗିରି କାଠ ପରିବହନ କରୁଥିବା ଦର୍ଶାଇ ନୀଳଗିରି ନାଁ ରେ ବେଆଇନ ଭାବେ ଅଞ୍ଚଳ ର ବହୁମୂଲ୍ୟ ଶାଗୁଆନ କାଠ ଚାଲାଣ କରୁଥିଲେ । ହେଲେ ଅନେକ ଦିନ ଧରି ଏଭଳି ଅସାଧୁ କାରବାର ସେମାନେ ଜଡିତ ରହି ବନ ବିଭାଗ କୁ ଧୂଳି ଦେଇ ଆସୁଥିବା ବେଳେ ବିଭାଗ ପକ୍ଷରୁ ଏହାର ସୁଯୋଗ ଅପେକ୍ଷା ରେ ରହିଥିଲେ । ସୋମବାର ସାନ୍ଧ୍ୟ ରେ କୌଣସି ପ୍ରକାରେ ବେଆଇନ ମୂଲ୍ୟବାନ କାଠ ର ଚାଲାଣ ହେବାକୁ ଥିବା ଖବର ପାଇ ଟିକିରି ବନାଞ୍ଚଳ ପକ୍ଷରୁ ଏକ ଟିମ ରାତି ତମାମ ଛପି ରହିଥିଲେ । ଗାଡି ଟି ବିଳମ୍ବିତ ରାତିରେ ସାଗୁଆନ କାଠ ଲୋଡ଼ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ପୂର୍ବରୁ ଛପିରହିଥିବା ଟିକିରି ବନାଞ୍ଚଳ ଟିମ ଟିକିରି ହାଟପଦା ଅଞ୍ଚଳରେ କୌଶଳ କ୍ରମେ ଭୋର ୪ ଟା ସମୟରେ ଉକ୍ତ ଗାଡି ଅଟକାଇ ଯାଞ୍ଚ ଆରମ୍ବ କରିଥିଲେ । ଯାଞ୍ଚ ସମୟ ନୀଳଗିରି କାଠ ବଦଳ ରେ ବହୁମୂଲ୍ୟ ଶାଗୁଆନ କାଠ ବୋଝେଇ ରହିଥିବା ଜଣାପଡିଥିଲା । ପରବର୍ତ୍ତୀ ସମୟରେ ଉକ୍ତ ଗାଡି ସହ କାରବାର ରେ ସମ୍ପୃକ୍ତ ଉକ୍ତ ଦୁଇଜଣ ଙ୍କୁ ଟିକିରି ବନାଞ୍ଚଳ କାର୍ଯ୍ୟାଳୟ କୁ ଆଣି ଗାଡି ଅଟକ ରଖିବା ସହ ସମ୍ପୃକ୍ତ କାରବାର ରେ ଲିପ୍ତ ଉକ୍ତ ଦୁଇ କୁ କୋର୍ଟ ଚାଲାଣ କରାଯାଇଥିଲା । ପ୍ରକାଶ ଥାଉ କି କାଶୀପୁର ବ୍ଲକ ଏକଦା ଘଞ୍ଚ ଜଙ୍ଗଲ ରେ ବେଷ୍ଟିତ ରହିଥିଲା । ହେଲେ କୌଣସି କାରଣରୁ ବର୍ତ୍ତମାନ ଜଙ୍ଗଲ କ୍ଷୟ ହେଇଯାଇଥିଲେ ହେଲେ ବର୍ତ୍ତମାନ ସୁଦ୍ଧା ଅଞ୍ଚଳ ର କିଛି ସ୍ଥାନରେ ମୂଲ୍ୟବାନ ଗଛ ସଂରକ୍ଷିତ ରହିଛି । କିନ୍ତୁ କିଛିଦିନ ଧରି କାଶୀପୁର ଅଞ୍ଚଳ ରୁ ବ୍ୟବସାୟ ଭିତ୍ତିକ ନୀଳଗିରି କାଠ ଶହ ଶହ ଟ୍ରକ ବିଭିନ୍ନ କାରଖାନା ପାଇଁ ପରିବହ ହେଉଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ନୀଳଗିରି କାଠ ନାଁ ରେ ମୂଲ୍ୟବାନ କାଠ କୁ ରାଜ୍ୟ ର ବିଭିନ୍ନ ସ୍ଥାନ ତଥା ରାଜ୍ୟ ବାହାର କୁ ଚାଲାଣ କରିଆସୁଛନ୍ତି । ଏସବୁ ନେଇ କିଛିଦିନ ତଳେ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଜି ର ଏହି ପଦକ୍ଷେପ ବନବିଭାଗକୁ ପ୍ରଶଂସା ସାଉଁଟିଥିବା ଦେଖିବାକୁ ମିଳିଥିଲା ।

ରାୟଗଡା ଜିଲ୍ଲା ରୁ ବିନୋଦ ନାଏକ ଙ୍କ ରିପୋର୍ଟ କୋଶଲ ନ୍ୟୁଜ୍

Comments (0)
Add Comment