ଟିଫିନ୍ ପୁଡ଼ିଆ ପାଇଁ ଦୋହକବିକଳ

ରାୟଗଡା (କୋଶଳ ନ୍ୟୁଜ) ରାୟଗଡ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି କରୁଣ ଦୃଶ୍ୟ। ଶନିବାର ଦିନ ଭିଡିଓ କନଫରେନ୍ସ ମାଧ୍ୟମରେ ରାୟଗଡ଼ ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟ ମନ୍ତ୍ରୀଙ୍କ ଦ୍ଵାରା ଆମ ମେଡିକାଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦ୍ଧୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝି, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୟା ମାଝି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଭାସ୍କର ରୟୀତ, ଉପ ଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପାତ୍ର,ରାୟଗଡ଼ ବ୍ଲକ ଚେୟାରମ୍ୟାନ ଟୁନି ହୁଇକା, ଭାଇସ ଚେୟାର ମ୍ୟାନ ହର ପ୍ରସାଦ ହେପୁରୂପା, ବିଡ଼ିଓ ଶ୍ରୀଯୁକ୍ତ ଅମୂଲ୍ୟ ସାହୁ,  ଶ୍ରୀଯୁକ୍ତ ଭି. ଏଲ୍. ରାଜୁ ପୌର ପରିଷଦ ଉପାଧ୍ୟକ୍ଷା ଶ୍ରୀମତି ସୁଭ୍ରା ପଣ୍ଡା ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କିନ୍ତୁ, ବିଡମ୍ୱନାର ବିଷୟ ଆସିଥିବା ଅତିଥି ଏବଂ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ କାର୍ଯ୍ୟକ୍ରମରେ ବସିବା ଚେୟାର ଖୋଜିବାକୁ ପଡ଼ିଥିଲା। ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଜନ ହିତକାରୀ ଯୋଜନାରେ ଖର୍ଚ୍ଚ ହେଉଥିବା ବେଳେ ଏହିଭଳି ଅବ୍ୟବସ୍ଥା ଦେଖି ଅସନ୍ତୁଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା।


ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ବରେ ଥିବା ମେଡିକାଲ ମ୍ୟାନେଜର ସମ୍ୟ ରଞ୍ଜନ ସାହୂ ଏବଂ ବିଡ଼ିଓ ଶ୍ରୀଯୁକ୍ତ ଅମୂଲ୍ୟ ସାହୁଙ୍କ ତତ୍ତ୍ଵାବଧାନରେ ରହି ମଧ୍ଯ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ସ୍ଵଂୟ ସହାୟିକା ଗୋଷ୍ଠୀ ମହିଳା ମାଆ ମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା ।  ଉପସ୍ଥିତ SHG ମାଆ ମାନେ ପାଇଁ ପାନୀୟ ଜଳ ବ୍ୟବସ୍ଥା ଠିକ୍ ସେ କରାଯାଇ ନ ଥିଲା ବେଳେ,  ଟିଫିନ୍ ପୁଡିଆ ପାଇଁ ମଧ୍ୟ ପରଷ୍ପର ମଧ୍ୟରେ ଟଣା ଓଟରା ହେଉଥିଵା କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ଏହିଭଳି ଘଟଣାକୁ ବୁଦ୍ଧିଜୀବି ମହଲରେ ତୀବ୍ର ନିନ୍ଦା କରିଵା ସହ, ଯଦି ବ୍ୟବସ୍ଥା କରି ପାରୁ ନାହାଁନ୍ତି ତେବେ ଏତେ ଭିଡ ଜମାଇ ସ୍ଵୟଂ ସହାୟିକା ଗୋଷ୍ଠୀର ମାଆ ମାନଙ୍କୁ ଡାକି ଲଜ୍ଜା କରୁଥିଲେ କାହିଁକି ବୋଲି ଅଭିଯୋଗ କରିବା ସହ ଦୁଃଖ ପ୍ରକାଶ କରିଛନ୍ତି SHG ମାଆ ମାନେ।


ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା କାର୍ଯ୍ୟରତ ଅଧିକାରୀ ମାନେ ଧ୍ୟାନ ଦେବା ଆବଶ୍ୟକ କରିବା ସହ ଆଗକୁ ଏହିଭଳି ନ ହେଉ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Comments (0)
Add Comment