ଆଦିବାସୀ ପରିବାର ନ୍ୟାୟ ଦାବିରେ ରାୟଗଡା ଜିଲ୍ଲା ବନ୍ଦ ଡାକରା

ରାୟଗଡା(କୋଶଲ ନ୍ୟୁଜ୍):-ମହାସଂଘ ତରଫରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ରାୟଗଡା ଜିଲ୍ଲା ବନ୍ଦ ରହିବ । ସମସ୍ତ ଜରୁରୀକାଳୀନ ଗତିବିଧକୁ ରୋକା ଯିବ ନାହିଁ । ସେହିପରି ଯେଉଁ ଛାତ୍ରଛାତ୍ରୀଙ୍କ କଲେଜ କିମ୍ବା ସ୍କୁଲରେ ପରୀକ୍ଷା ଚାଲିଛି, ସେମାନଙ୍କୁ ଯେପରି ଏହି ବନ୍ଦର ପ୍ରଭାବ ନ ପଡିବ ତାହା ଉପରେ ଧ୍ୟାନ ଦିଆଯିବ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି । ସୂଚାନଥାଉ ଯେ, ୧୩ ବର୍ଷ ତଳେ ଘଟିଯାଇଥିବା ଜଘନ୍ୟ ହତ୍ୟାକାଣ୍ଡ ଅନୁସାରେ ରାୟଗଡା ମାଟିର ଜଣେ ଆଦିବାସୀ ଯୁବ ନେତା ତଥା ସ୍ଵର୍ଗୀୟ ଭାଗୀରଥୀ ମାଣ୍ଡାଙ୍ଗି ପୂର୍ବତନ କାଉନସିଲର ଙ୍କୁ ମାରି, ପିଟି, ବାନ୍ଧିକି ତାଙ୍କ ଉପରେ ଏସିଡ ପକାଇ ଯେଉଁ ପ୍ରକାରରେ ମାରିଥିଲେ, ୧୩ ବର୍ଷ ବିତିଯାଇଥିଲେ ମଧ୍ୟ କିଏ ମାରିଛି ଶକ୍ତ ସନ୍ଦେହ ଥ‌ିବା ସତ୍ତ୍ବେ ଆଜି ଯାଏଁ ଦୋଷୀକୁ ଧରାଯାଇନାହିଁ I କିଛି ବର୍ଷ ତଳେ ସେହି ସମୟର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ବର୍ଗୀୟ ପୁରୁଷୋଷ୍ଠୀ ଗୋମାଙ୍ଗୋଙ୍କ ମୃତ୍ୟୁ ଘଟଣାର ପ୍ରକୃତ ସତ୍ୟ ଏଯାଏଁ ବାହାରକୁ ଆସିନାହିଁ । ପୁଣି ଅନ୍ୟ ଏକ ଘଟଣା, ଡିସେମ୍ବର ମାସରେ କାଶୀପୁର ବ୍ଲକର ଜଣେ ଭଉଣୀ ଲକ୍ଷ୍ମୀ ମାଝି ଜଣେ ଆଦିବାସୀ ଗରିବ ଓ ଦିବ୍ୟାଙ୍ଗ ମଧ୍ଯ ତାଙ୍କୁ ଶାରୀରିକ ନିର୍ଯାତନ ଦେଇ ମାରି ତାପରେ ପୋଡିବାକୁ ଉଦ୍ୟମ କରଯାଇଥିଲା ଯାହା ପରବର୍ତୀ ସମୟରେ ଅର୍ଦ୍ଧପୋଡା ଶବ ମିଳିଥିଲା । ଆଦିବାସି ସଂଘର ଆବାହକ ଶ୍ରୀ ବସନ୍ତ ଉଲ୍ଲକା କହିଛନ୍ତ, କ୍ରାଇମବ୍ରାଚ ନାଁରେ କେବଳ ପ୍ରହସନ ଚାଲିଛି କିନ୍ତୁ ଦୋଷୀକୁ ଧରାଯିବା ସେ ତାକୁ ସୁରକ୍ଷା କବଚ ଦେଇଚାଲିଛନ୍ତି। ହଜାର ହଜାର ଆଦିବାସୀ ଯୁବକ ମାନେ ରାୟଗଡା ଜିଲ୍ଲାର କାଶିପୁର ଓ ଟିକିରି ସହରର ଚତୁର୍ପାର୍ଶ୍ଵ ବନ୍ଦ କରି ଓ 326 ଜାତୀୟ ରାଜପଥ ଅବରୋଧ କରି ରାସ୍ତାରେ ଧାରଣା ଦେଇ ବସିଥିଲେ l ରାୟଗଡା କାଶିପୁର ଓ ଟିକିରି ବାସି ମଧ୍ୟ ବନ୍ଦ ଡାକରା ସହୋଜଗ କରିଥିବା ଦେଖାଦେଇଛି।

ରାୟଗଡ଼ା ରୁ ବିନୋଦ ନାଏକ ଙ୍କ ସହ ତେଜେସ୍ୱନି ଭତା

Comments (0)
Add Comment