ରାୟଗଡା(କୋଶଲ ନ୍ୟୁଜ୍):-ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ଗୁଣପୁର ନିକଟ ହାଉସିଂ ବୋର୍ଡ କଲୋନୀରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ତ୍ରିପତି ଗମାଙ୍ଗ କଂସଭାପତିତ୍ବରେ ହୋଇଥିଲା। ଦେଶ ଆଜି ବିପଦରେ କାରଣ ଗଣତନ୍ତ୍ର ଓ ସମ୍ବିଧାନ ବିପଦ ରେ ପଡିଛି କେନ୍ଦ୍ରଶାସନ ରେ ବିଜେପି ଆଜି ଦେଶକୁ ଖଣ୍ଡ ଖଣ୍ଡ କରି ଦେବାକୁ ଷଡଯନ୍ତ୍ର କରିଛି ଏବଂ ଦେଶର ସମ୍ପଦ କୁ ବଡ ବଡ ପୁଞ୍ଜିପତି ମାନଙ୍କୁ ଟେକି ଦେଉଛି। ଦରବୃଦ୍ଧି ବେକାର ବଡୁଛି। ଛାଷି ଆତ୍ମହତ୍ୟା କରୁଛି। ଲୁଟ ବଡୁଛି ଏଥିପାଇଁ ବି ଜେ ପି ଦାୟୀ ଓଡିଶା ର ନବିନ ବାବୁ ବିଜେଡି ସରକାର ଲଗାତାର 24 ବର୍ଷ ଶାସନ କରିଛନ୍ତି ହେଲେ ଦରବୃଦ୍ଧି କମୁନି କହିକି। ଜଗଂଲ ଜମି ଅଧିକାର ଆଦିବାସୀ କୁ ମିଳିଲା ନାହିଁ। ମଜୁରୀଆ କୁ ଉଚିତ୍ ମଜୁରୀ ସବୁ ଦିନ ମିଳୁନାହଁ। ସବୁ କଥା ରେ ନବିନ ବାବୁ ମୋଦୀ କୁ ସମର୍ଥନ କରି ଓଡିଶା ଲୋକକଂ ପ୍ରତି ବିଶ୍ବାସ ଘାତକତା କରିଛନ୍ତି। ତେଣୁ 2024 ନିର୍ବାଚନ ରେ ବି ଜେ ପି କୁ କେନ୍ଦ୍ର କ୍ଷମତା ହଟାଇବା କୁ ପଡିବ ଏବଂ ନବିନ କୁ ଉଚିତ୍ ଜବାବ ଦେବା ସହ ସି ପି ଆଇ (ଏମ ଏଲ) ଲିବରେସନ ପ୍ରାଥୀ ଙ୍କୁ (ତିନି ତାରା ପତାକା) ଚିହ୍ନ ରେ ଭୋଟ ଦେବା ପାଇଁ ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ଓ ରାଧାକାନ୍ତ ସେଠି , ଅନାସିମ ଶବର , ବୃନ୍ଦାବନ ବିଡିକା, ଲୋକନାଥ ନାଉରି , ସାଇମା ଶବର, ତୁଳସା ନିମାଲା , ରାଜେନ୍ଦ୍ର ମାଝୀ, ମୁନି ଶବର , ଶରତଚନ୍ଦ୍ର ତ୍ରିପାଠୀ, କ୍ରିଷ୍ଣା କାଡ୍ରାକା ରାମଚନ୍ଦ୍ର ପ୍ରାସ୍କା, ଯୋହନ କ୍ରେପୁଟିକା, କୈଲାସ ଶବର ଅନାନ୍ୟ ସାଥୀ ମାନେ ଉଦବୋଧନ ଦେଇଛନ୍ତି। ରାୟଗଡା ଜିଲ୍ଲା ରୁ ବିନୋଦ ନାଏକ ଙ୍କ ରିପୋର୍ଟ କୋଶଲ ନ୍ୟୁଜ