ଦିନ ଦିପହରେ ବନ୍ଧୁକ ଦେଖାଇ ଛଅ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ଦୁର୍ବୁତ୍ତ ଫେରାର

ବାଣପୁର: (କୋଶଳ ନ୍ୟୁଜ) ଗୋଟିଏ ପଟେ ଲକଡାଉନ ଚାଲିଥିବା ବେଳେ ରାସ୍ତା ଘାଟ ଶୂନଶାନର ଫାଇଦା ଉଠାଇ ଡକାୟତ ଲୁଟିନେଲେ ଲକ୍ଷାଧିକ ଟଙ୍କା l
ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶକ୍ତି ସିନେମା ହଲ ନିକଟରେ l ଅଭିଯୋଗ ମୁତାବକ ଟାଟା ପାୱାର ଅଧିନସ୍ଥ ବାଣପୁର-୧ ବିଭାଗର ସୁପରଭାଇଜର ସଂଜିତ କୁମାର ପ୍ରଧାନ ଆଜି ମଧ୍ୟାହ୍ନରେ ନିଜ ବାଇକ ଯୋଗେ ବିଦ୍ୟୁତ କଲେକ୍ସନ ଟଙ୍କା ନେଇ ଡିପୋଜିଟ ପାଇଁ ବାଲୁଗାଁ ଷ୍ଟେଟ ବ୍ୟାଙ୍କ ଯାଉଥିବାବେଳେ l ଡକାୟତ ମାନେ କୌଣସି ସୂତ୍ରରୁ ଜାଣି ପlରି ଶକ୍ତି ହଲ ନିକଟସ୍ଥ ହମ୍ପସ ଠାରେ ପଲସର ଗାଡ଼ିରେ ହଠାତ ଦୁଇ ଜଣ ଡକାୟତ ଆସି ତାଙ୍କ ଗାଡିକୁ ଓଭରଟେକ କରି ଅଟକାଇବା ସହ ତାଙ୍କ ବାଇକରୁ ଚାବି ଏବଂ ମୋବାଇଲ ଛଡାଇ କିଛି ଦୁରକୁ ଫୋପାଡ଼ିଦେଇଥିଲେ l ସଂଜିତ କିଛି ବୁଝିବା ପୂର୍ବରୁ ସଂଜିତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗ ମାଗିଥିଲେ l ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ l ସଂଜିତ ଏଥିରେ ଭୟଭୀତ ହୋଇ ଦୁର୍ବୁତ୍ତ ମାନଙ୍କୁ ବ୍ୟାଗ ଦେଇଦେଇଥିଲେ l ଡକାୟତ ଦ୍ୱୟ ବ୍ୟାଗରେ ରେ ଥିବା 6 ଲକ୍ଷ 16 ହଜାର 780 ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ l ଏଭଳି ଦିନ ଦିହିପହରେ ଡକାୟତ ଘଟଣା ସ୍ଥାନୀୟ ଲୋକଙ୍କ ଭିତରେ ଭୟ ସୃଷ୍ଟି କରିଛି l

ତେବେ ଏ ନେଇ ସଂଜିତ ବାଣପୁର ଥାନାକୁ ଜଣାଇବାରୁ ବାଣପୁର ପୋଲିସ ବର୍ତ୍ତମାନ ଘଟଣାର ଛାନଭିନ ଆରମ୍ଭ କରିଦେଇଛି l

Comments (0)
Add Comment