ଆତ୍ମସୁରକ୍ଷା ଶିବିର ଉଦଯାପିତ

ଜୁନାଗଡ଼,(କୋଶଲ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପ୍ରିୟଦର୍ଶିନୀ କଲେଜରେ ଚାଲିଥିବା ବାଳିକା ଆତ୍ମସୁରକ୍ଷା ଶିବିର ଉଦଯାପିତ ହୋଇଯାଇଛି। କଲେଜ ଅଧକ୍ଷ ବିଭୂତି ଭୂଷଣ ମେହେରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଖଗେଶ୍ୱର ଧଙ୍ଗଡାମାଝି, କୁମରମନି ଦୁର୍ଗା, କଲେଜ ପିଇଟି ସମୀର ସାହୁ, ପ୍ରୋଗ୍ରାମ କୋର୍ଡିନେଟର ଅଧ୍ୟାପିକା ପୂର୍ଣାବାସି ମାଝୀ, ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିବା ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଥିଲେ। ଜାନୁଆରୀ କୋଡ଼ିଏ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରରେ ମାଷ୍ଟର ଟ୍ରେନର ଜଳି ପରଭୋଏ, ଶିବାନୀ ଭାଟି ପ୍ରଶିକ୍ଷଣ ଦେଇଥିଲେ। ଆତ୍ମସୁରକ୍ଷା ଶିବିରକୁ ନେଇ ଛାତ୍ରୀମାନେ ଉତ୍ସାହିତ ହୋଇଥିବା ଦେଖାଯାଇଛି।

Comments (0)
Add Comment