କୁନିକୁନି ପିଲାଙ୍କ ମୁହଁରେ ହସ ଶୈଳବାଳା ଫାଉଣ୍ଡେସନ ର ପ୍ରୟାସ

କେନ୍ଦୁଝର : ଏହି କୁନିକୁନି ପିଲାଙ୍କ ମୁହଁରେ ହସ ହିଁ ଆମର ସଫଳତା । ଆମ ଜୀବନରେ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହେଲେ ଆଦିବାସୀ ଅଧ୍ୟୁଷିତ ଗ୍ରାମ ମାନଙ୍କରେ ଅନେକ ପିଲା ଶିକ୍ଷା ରୁ ବଞ୍ଚିତ ଅଛନ୍ତି ଆଜି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ର ବେଳାପୋଷି ଗ୍ରାମ ରେ ଶୈଳବାଳା ଫାଉଣ୍ଡେସନ ଶିକ୍ଷା ଯୋଜନା ରେ 70 ଜଣ କୁନିକୁନି ପିଲାଙ୍କୁ ପାଠ୍ୟପକରଣ, ସାନିଟାର, ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା l ବିଦ୍ୟାଳୟ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ଘରେ ରହି ପାଠପଢ଼ା ଜାରି ରଖିବାକୁ ପରାମର୍ଶ ଦିଆଯାଇଥିଲା l ସଭାପତି ରାଜୀବ ନାୟକ, ତ୍ରିନାଥ ସେଠି, ପ୍ରଭାତ ପାତ୍ର, ବିକ୍ରମ ପ୍ରଧାନ , ପ୍ରଦୀପ ପାତ୍ର, ଜଗନ୍ନାଥ ସାହୁ କାଯ୍ୟକ୍ରମ ପରିଚାଳନା କରିଥିଲେ l

Comments (0)
Add Comment