ସୁନ୍ଦରଗଡ଼ ସାଂସଦ କୋଭିଡ୍ ଚିକିତ୍ସାଳୟ ସବୁ ଯାଞ୍ଚ କରିଥିଲେ

ସୁନ୍ଦରଗଡ଼ (କୋଶଲ୍ ନ୍ୟୁଜ): ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ରେ କରୋନା ମହାମାରୀରେ ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବଢୁ ଥିବା ବେଳେ ଏହାର ଚିକିତ୍ସା ଓ ଅନ୍ୟାନ୍ୟ ବ୍ୟବସ୍ଥା ସବୁ କେମିତି ଅଛି ଯାଞ୍ଚ କରିବାକୁ ଆଜି ମାନ୍ୟବର ସାଂସଦ ଜୁଏଲ ଓରାମ ବିଭିନ୍ନ ଅଞ୍ଚଳକୁ ଗସ୍ତ କରିଥିଲେ l ନୂଆଁ ଗାଁ, ହାତୀବାରୀ, ବୀରମିତ୍ରପୁର, ଓ କୁଆଁରମୁଣ୍ଡା ସରକାରୀ ଚିକିତ୍ସାଳୟକୁ ଗସ୍ତ କରି କରୋନା ରୋଗୀଙ୍କ ସ୍ଥିତି ବିଷୟରେ ଯାଞ୍ଚ କରିଥିଲେ । ସମସ୍ତ ହସ୍ପିଟାଲ ସମୀକ୍ଷା ପରେ ମହାମାରୀ କୋଭିଡ୍ ସଂକ୍ରମଣ ସହିତ ଯୁଝୁଥିବା ଲୋକଙ୍କୁ କିପରି ଉଚିତ ଚିକିତ୍ସା ମିଳିପାରିବ , ଅମ୍ଳଜାନ ଗ୍ୟାସର ଅସୁବିଧା ନ ହେବ ସେ ବିଷୟରେ ଡାକ୍ତରଙ୍କ ସହ ବିଷଦ ଭାବେ ଆଲୋଚନା କରିଥିଲେ । ଏହି ସମୀକ୍ଷା ସମୟରେ ଡ଼ାକ୍ତର ଓ ସହକର୍ମୀ ଗଣ ସଂସାଦଙ୍କୁ ସହଯୋଗ କରିଥିଲେ l

Comments (0)
Add Comment