ବେଦବ୍ୟାସ ଅଞ୍ଚଳରେ ହାଇଓ୍ବା ଧକ୍କାରେ ସାଇକେଲ ଚାଳକ ଗୁରୁତର,ହାଇଓ୍ବା ଅଟକ

ଦ୍ରୁତ ଗତିରେ ଆସୁଥିବା ହାଇଓ୍ବା ଧକ୍କାରେ ସାଇକେଲ ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ବ୍ରାହ୍ମଣିତରଙ୍ଗ ଥାନାଅନ୍ତର୍ଗତ ବେଦବ୍ୟାସ ସ୍ଥିତ ପାହାଡିବାର ହୋଟେଲ ସମ୍ଭୁଖରେ ଏକ ହାଇଓ୍ବା ଭାରସାମ୍ୟ ହରାଇ ପୋଲିଶ ବେରିକେଟ ଭାଙ୍ଗି ସାଇକେଲ ଚାଳକଙ୍କୁ ଧକ୍କା ଦେବାରୁ ସାଇକେଲ ଚାଳକଙ୍କ ଅବସ୍ଥା ଗୁରୁତର l ସ୍ଥାନୀୟ ଲୋକ ଓ ପୋଲିଶଙ୍କ ସହାୟତାରେ ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସାପାଇଁ ଆରଜିଏଚ ନିଆଯାଇଛି l ଖବରପାଇ ବ୍ରାହ୍ମଣିତରଙ୍ଗ ଥାନା ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ହାଇଓ୍ବା ସାଇକେଲକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ପୋଲିଶ । ତେବେ ଦୁର୍ଘଟଣା ଘଟାଇ ହାଇଓ୍ବା ଚାଳକ ଘଟଣାସ୍ଥଳରୁ ଫେରାର ସୋଇ ଯାଇଥିବା ଜଣାପଡିଛି ।

Comments (0)
Add Comment