ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ

କେନ୍ଦ୍ରାପଡା (କୋଶଲ ନ୍ୟୁଜ୍): କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକର ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟରେ ଆଜି ବନମାହହୋତ୍ସବ ପାଳନ କରାଯାଇଛି l ଆଜି ପ୍ରଧାନ ଶିକ୍ଷୟତ୍ରୀ ଅନିତା ମଲିକ ଓ ସି. ଆର. ସି ସରୋଜ ଶତପତିଙ୍କ ଉପସ୍ଥିତିରେ ପ୍ରାୟ କୋଡିଏ ଟି ଚାରା ଗଛ ଲଗା ଯାଇଚି l ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ , ଜୟନ୍ତୀ ଶତପଥି, ପ୍ରଦୀପ ପଣ୍ଡା, ମିର ସମସୁଲ ହକ, ବିପିନ କୁମାର ଦାସ, ପୁନମ ଗୁରିଆ, ଦିପ୍ତିମୟୀ ରଣା, ରେବତୀ କର, ଅହଲ୍ୟ ସାହୁ, ଜୁବେଦା ମାଡାମ ଉପସ୍ଥିତ ଥିଲେ l ଆଜି ଏହି ଦିନରେ ସମସ୍ତେ ଶପଥ ନେଲେକି ନିଜ ନିଜ ବାରି ବଗିଚାରେ ଗୋଟେ ଚାରା ଗଛ ଲଗାଇବେ l

Comments (0)
Add Comment