ତାଲିକାରେ ନାମ ନଥିବା ସାମ୍ବାଦିକଙ୍କ ନାମ ଅନ୍ତର୍ଭୁକ୍ତ ହେଉ

ସାମ୍ବାଦିକଙ୍କ ଏବେ ଆଗ ଧାଡିର କରୋନା ଯୋଦ୍ଧା । ଏହି ନିଷ୍ପତି ପାଇଁ ରାଜ୍ୟ ସରକାରଙ୍କୁ ସାମ୍ବାଦିକ ମିଳିତ ମଞ୍ଚ ପକ୍ଷରୁ ଆନ୍ତରିକତା ଧନ୍ୟବାଦ ଓ ଶୁଭେଚ୍ଛା ପ୍ରଦାନ କରାଯାଇଛି । ତେବେ ଯେଉଁ ସାମ୍ବାଦିକ ମାନଙ୍କ ନାମ ତାଲିକାରେ ନାହିଁ ସେମାନଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ନିବେଦନ କରାଯାଇଛି । ସେହିପରି ସାମ୍ବାଦିକଙ୍କ କ୍ଷେତ୍ରରେ ୧୫ ଲକ୍ଷକୁ ୫୦ ଲକ୍ଷ ଘୋଷଣା କରିବା ସାମ୍ବାଦିକ କଲ୍ୟାଣ ପାଣ୍ଠି ବୃଦ୍ଧି କରିବା ସ୍ବାସ୍ଥ୍ୟ ବିମାର ସାମ୍ବାଦିକଙ୍କ ବାପା ମାଆଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ପାଇଁ ନିବେଦନ କରାଯାଇଛି । ଏଥି ସହ ସାମ୍ବାଦିକ ମାନଙ୍କୁ ସ୍ବତନ୍ତ୍ର ଭାବେ ଶିଘ୍ର ଟିକା ବ୍ୟବସ୍ଥା କରିବାକୁ ସାମ୍ବାଦିକ ମିଳିତ ମଞ୍ଚର ଆବାହକ ଲିଙ୍ଗରାଜ ସାହୁ ନିବେଦନ କରିଛନ୍ତି । ମଇ ୩ ତାରିଖ ହେଉଛି ବିଶ୍ବ ପ୍ରେସ ସ୍ବାଧିନତା ଦିବସ । ଏହି ଅବସରରେ ମଞ୍ଚ ପକ୍ଷରୁ ସାମ୍ବାଦିକ ମାନେ ସତର୍କ ହୋଇ କାର୍ଯ୍ୟ କରିବାକୁ ନିବେଦନ କରାଯାଇଛି । କରୋନାର ଦ୍ବିତୀୟ ଲହରୀରେ ଓଡିଶାରେ ବହୁ ସାମ୍ବାଦିକ ପ୍ରାଣ ହରାଇ ସାରିଲେଣି । ଏଥି ପାଇଁ ସତର୍କ ରହି କାର୍ଯ୍ୟ କରିବାକୁ ନିବେଦନ କରାଯାଇଛି । ସ୍ବର୍ଗପ୍ରାପ୍ତି ହୋଇଥିବା ସାମ୍ବାଦିକଙ୍କୁ ସାମ୍ବାଦିକ ମିଳିତ ମଞ୍ଚ ପକ୍ଷରୁ ଗଭିର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ପୁଣି ଦାବି ଦୋହରାଇଛି ।

Comments (0)
Add Comment