ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦଘାଟିତ

କଳାହାଣ୍ଡି ଜିଲ୍ଲା କୋକସରା ତହସିଲ ଅନ୍ତର୍ଗତ ଡହଗାଁ ଠାରେ ଏକ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦଘାଟିତ ଆଜି ହୋଇଛି। ଏହା ପୂର୍ବରୁ ଲଡୁଗାଁ ଓ ଗୋତୋମୁଣ୍ଡା ଠାରେ ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଥିଲା।। ଆଜି ଧର୍ମଗଡ ବିଧାୟକ ମୌଷଧି ବାଗ ଆସି ଡହଗାଁର ଏହି ନୂତନ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ।।

ଏହି ଡହଗାଁ ରାଜସ୍ବ ନିରୀକ୍ଷକ ନୂତନ କାର୍ଯ୍ୟାଳୟ ହେବା ଯୋଗୁଁ ଡହଗାଁ, ମୂଷାପାଳି,ଖୁଣ୍ଟିଆ ଗ୍ରାପ ପଞ୍ଚାୟତ ଗୁଡିକରେ ଥିବା ରାଜସ୍ବ ଗ୍ରାମ ଗୁଡିକର ଜନସାଧାରଣ ଉପକୃତ ହେବେ।।ଏହି ଉଦଘାଟନୀ ସମୟରେ କୋକସରା ତହସିଲଦାର ମନୋଜ କୁମାର ପାଢୀ,ରାଜସ୍ବ ନିରୀକ୍ଷକ ଭକ୍ତରାମ ସାହୁ,ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନ ସାଧାରଣ ଉପସ୍ଥିତ ଥିଲେ।।

Comments (0)
Add Comment