ଆଜି ଉଟୁଣିଆଁ ପଞ୍ଚାୟତ ଠାରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ୨୭ ୟୁନିଟ ରକ୍ତ ସଂଗ୍ରହ

ଦେବଗଡ଼: (କୋଶଲ ନ୍ୟୁଜ) ଆଜି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଠାରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ୨୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଦେବଗଡ଼ ଜିଲ୍ଲା ଜନସଂପର୍କ ମଳୟ କୁମାର ବେହେରାଙ୍କ ତତ୍ବାବଧାନରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଡଃ ମାଧୁରୀ ବିଶ୍ବାଳ ଉପସ୍ଥିତ ରହି କାର୍ଯ୍ୟ ତୁଲାଇଥିବା ବେଳେ ଗୋପାଳ କ୍ରିଷ୍ଣା ସାହୁ ଆଲୋକ ମହାପାତ୍ର କ୍ଷିତିଶ ପ୍ରଧାନ ଓ ମନୋରଞ୍ଜନ ଧଳ ଏବଂ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସମସ୍ତ ସହଯୋଗ କରିଥିଲେ ।

Comments (0)
Add Comment