ଭିଜିଲାନ୍ସ ଜାଳରେ ତୁଳାପଡ଼ା ରାଜସ୍ବ ନିରୀକ୍ଷଣ

ଭିଜିଲାନ୍ସ୍ ଜାଲରେ ତୁଲାପଡା ରାଜସ୍ବ ନିରକ୍ଷକ ଥବିର ଭୋଇ। ଜମିର ମ୍ଯୁଟେସନ୍ କରିଦେବା ନାଁରେ ୫ ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି l ସୁଚନା ଅନୁସାରେ କଳାହାଣ୍ଡି ନର୍ଲା ତହସିଲ ଅନ୍ତର୍ଗତ ତେର୍ଲୋ ଗାଁର ନିରଞ୍ଜନ ନାୟକ ଙ୍କ ୧୫ଟି ପ୍ଲଟ୍ ର ସ୍କେଚ୍ ମ୍ଯାପ୍ ଓ ଡିମାରକେସନ୍ କରାଇ ଦେବା ନାଁରେ ୫ ହଜାର ଟଙ୍କା ଦାବୀ କରିଥିଲେ ଆର୍.ଆଇ ଥବିର ଭୋଇ । ଏନେଇ ନିରଞ୍ଜନ ନାୟକ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ର ଦ୍ବାରସ୍ତ ହୋଇଥିଲେ । ଅଭିଯୋଗ କୁ ଭିର୍ତ୍ତିକରି କଳାହାଣ୍ଡି ଭିଜିଲାନ୍ସ୍ ଚଢାଉ କରିଥିଲା l ଅଧିକ ତଥ୍ଯ ପାଇଁ ଆର୍.ଆଇ ଥବିର ଭୋଇଙ୍କୁ ଭବାନୀପାଟଣା ନିଆ ଯାଇଛି l

Comments (0)
Add Comment