ସମ୍ବାଦ ଗୌରବ ସମ୍ମାନ ରେ ସମ୍ମାନିତୀ ହେଲେ ଉଦ୍ଧବ ପଣ୍ଡା

କଳାହାଣ୍ଡି ଜିଲ୍ଲା ମ.ରାମପୁର ରେ କାର୍ଯ୍ୟରତ ସାମ୍ବାଦିକ ଉଦ୍ଧବ ପଣ୍ଡା ନିରବଚ୍ଛିନ୍ନ , ନିରପେକ୍ଷିକ ଖବର ପରିବେଷଣ କରି ଆସୁଥିବାରୁ ପଞ୍ଚାୟତ ସ୍ତରରୁ ବ୍ଲକ୍ , ଜିଲ୍ଲା ତଥା ରାଜ୍ୟସ୍ତରୀୟ ସାମ୍ବାଦିକତାରେ ସମାଜସେବୀ କରୋନା ଯୋଦ୍ଧା ଭାବେ ସମ୍ମାନିତ ହୋଇ ଆସୁଛନ୍ତି । ଗତ ୨୧ ତାରିଖ ଦିନ କଟକ ସହିଦ ଭବନ ଠାରେ ଶ୍ରୀଚନ୍ଦନ ସାହିତ୍ୟ ଏକାଡ଼େମୀ କଟକ ଓ ଅଗ୍ନି ସ୍କୁଲିଙ୍ଗ ରାଉରକେଲାର ମିଳିତ ଉଦ୍ୟମରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀ ପଣ୍ଡା ରାଜ୍ୟସ୍ତରୀୟ ସମ୍ବାଦ ଗୌରବ ସମ୍ମାନ- ୨୦ ୨୧ ରେ ସମ୍ମାନିତ ହୋଇଛନ୍ତି । ପ୍ରତିଷ୍ଠାତା ସମ୍ପାଦକ କବି ସାରିଥି ଶ୍ରୀଚନ୍ଦନ ମହାପାତ୍ର , ସୁଦର୍ଶନ ମହାପାତ୍ର ଅଗ୍ନି ସ୍କୁଲିଙ୍ଗର ସମ୍ପାଦକ , ମୁଖ୍ୟଅତିଥି ପ୍ରାକ୍ତନ ସାଂସଦ ତଥା ବିଶିଷ୍ଟ କବି ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ପାଟ୍ଟସାହାଣୀ ଓ ସଭାପତି ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଏବଂ ନୀଳଗିରି ର ରାଜାରାଣୀ ଶ୍ରୀ ପଣ୍ଡାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହାକୁ ନେଇ ମ.ରାମପୁର ତଥା କଳାହାଣ୍ଡି ଜିଲ୍ଲାରେ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ , ଜିଲ୍ଲା ପରିଷଦ ସଦସ୍ୟ ତଥା ରାଜ୍ୟ ବିଜେଡ଼ି ଦଳ ସମ୍ପାଦକ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ‘ ପ୍ରଗତିବାଦୀ ’ ଡ଼ି ଜି ଏମ୍ ତଥା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ର , ମ.ରାମପୁର ବ୍ଲକ ଅଧ୍ୟକ୍ଷ ଜିବେଶ କୁମାର ପଣ୍ଡା , ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ବାଗ , ଓକିଲ ସଂଘ ସଭାପତି ଜୟକୁମାର ସିଂହଦେଓ , ବରିଷ୍ଠ ଆଇନଜୀବୀ ସପନ କୁମାର ପଟ୍ଟନାୟକ ସାମ୍ବାଦିକ ସଂଘ ସଭାପତି ଶୁଭେନ ପଟ୍ଟନାୟକ କାର୍ଯ୍ୟକାରୀ ସଭାପତି ଅନନ୍ତ କୁମାର ପାଲ ସମ୍ପାଦକ ମାନସରଞ୍ଜନ ମୁନି , ସହ – ସମ୍ପାଦିକ ସଂଯୁକ୍ତା ପୁରୋହିତ , ଉପସଭାପତି ବନ ରଣା ମ.ରାମପୁର ବ୍ଲକ କଂଗ୍ରେସ ତରଫରୁ ବ୍ଲକ ସଭାପତି ରୁଦ୍ର ପ୍ରତାପ ସିଂହ , ମ.ରାମପୁର ପୂର୍ବତ ସରପଞ୍ଚ ବିଭୂତି ଭୂଷଣ ମହାଖୁଡ଼ ପ୍ରମୁଖ ସରକାର ବେସରକାରୀ କର୍ମଚାରୀମାନଙ୍କ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି ।

Comments (0)
Add Comment