ବୃଦ୍ଧା ମହିଳା ଫୁଳମତିଙ୍କୁ ସାହାଯ୍ୟର ହାତ ବଢ଼େଇଲେ ଉତ୍କଳ ସାମ୍ବାଦିକ ସଙ୍ଘ

ରାସ୍ତାରୁ ବୃଦ୍ଧା ମହିଳା ଜଣକ ତରକାରୀ ଉଠାଇ ଖାଇବା ଭିଡ଼ିଓ ଦେଖିବା ପରେ ମାଲକାନଗିରି ଉତ୍କଳ ସାମ୍ବାଦିକ ସଙ୍ଘର ସଦସ୍ୟ ଓ କାର୍ଯ୍ୟକର୍ତା ମାନେ ଫୁଳମତିଙ୍କ ଘରେ ପହଞ୍ଚିଥିଲେ l ସମ୍ପୃକ୍ତ ବୃଦ୍ଧା ମହିଳା ଫୁଳମତିଙ୍କ ଘର ମାଲକାନଗିରି ଜିଲ୍ଲା ସଦର 119 କଲୋନୀ ଠାରେ l ବୃଦ୍ଧା ମହିଳା ଜଣକ ଏକ ଭଙ୍ଗା ଘରେ ପଲିଥିନ ତଳେ ରହୁଥିଲେ l ତାଙ୍କ ଠାରୁ ପଚାରିବାରୁ ଜଣା ପଡିଲା ଯେ ତାଙ୍କର ଆଧାର କାର୍ଡ, ରାସନ କାର୍ଡ ନାହିଁ l ରହିବା ପାଇଁ ସଠିକ ବ୍ୟବସ୍ଥା ନ ଥିବାରୁ ଫୁଳମତି ସେ ଏହିପରି ଦିନ ବିତାଉଛନ୍ତି l ଏହା ସବୁ ଦୃଶ୍ୟ ଦେଖିବା ପରେ ସଙ୍ଘ ତରଫରୁ ବୃଦ୍ଧା ଜଣକୁ କିଛି ଆର୍ଥିକ ସାହାଯ୍ୟ କରିବା ସହ ସହ ଶୁଖିଲା ଖାଦ୍ୟ, ବସ୍ତ୍ର ଆଦି ପ୍ରଦାନ କରିଥିଲେ l ବୃଦ୍ଧାର ଥଇଥାନ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି l

Comments (0)
Add Comment