କୋଭିଡ୧୯ କଟକଣା ଯୋଗୁଁ ବାତିଲ ହେଲା ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ

କୋଶଲ ନ୍ୟୁଜ୍ ବ୍ୟୁରୋ : ବରଗଡ : ଖୋଲା ରଙ୍ଗମଞ୍ଚ ପାଇଁ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଚଳିତ ବର୍ଷ କୋଭିଡ – ୧୯ କଟକଣା ପରିପ୍ରେକ୍ଷୀରେ ନ କରିବାକୁ କୋର କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ କାର୍ଯ୍ୟକାରୀ କମିଟି ବୈଠକ ସମିତି ର ସଭାପତି ତଥା ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ କମିଟି କର୍ମକର୍ତ୍ତା ମାନେ ଯାତ୍ରା ବିଷୟରେ ଆଲୋଚନା କରିଥିଲେ । ଏବଂ ବାତିଲ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଆସନ୍ତା ୨୦୨୧ ମସିହା ଜାନୁଆରୀ ୧୮ ତାରିଖରୁ ୭୨ ତମ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବାକୁ ଥିଲା ।
Comments (0)
Add Comment