ନିଆରା ଉଦ୍ଧବନା ମାଲକାନଗିରି ଯୁବକଙ୍କ

 ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲା , ଜିଲ୍ଲାରେ ଶିକ୍ଷା , ମୌଳିକ ସୁବିଧା , ସରକରୀ ଯୋଜନା ଏକପ୍ରକାର ବାଟ ବଣା କହିବାକୁ ଗଲେ କିଛି ଭୁଲ ହେବାନାହୀ । ଏଭଳି ସ୍ଥିତି ରେ ମାଲକାନଗିରି ଜିଲ୍ଲାର ଯୁବପିଢି ମଧ୍ୟ ବିକାଶ ଠାରୁ କୋଷ ଦୂରରେ ରହିଛନ୍ତି । କିନ୍ତୁ ପଙ୍କରେ ପଦ୍ମ ଫୁଟିବା ଭଳି ମାଲକାନଗିରି ଜିଲ୍ଲାରେ ମଧ୍ୟ ଅନେକ ଯୁବକ ଯୁବତୀ ରହିଛନ୍ତି ଯେଉଁମାନେ ଅନେକ କିଛି କରି ଦେଖାଇବାର ସାମର୍ଥ୍ୟ ରଖିଛନ୍ତି । ଔ ଏଭଳି ଜଣେ ଯୁବକ ହେଉଛନ୍ତି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମ୍ଭି ୭ ଗ୍ରାମର ଦିଲୀପ କୁମାର ପୋଦାର । ଦିଲୀପ ଜଣେ ମେକାନିକ ହେଇଥିବା ବେଳେ କରୋନା ଲକ ଡାଉନ ମଧ୍ୟରେ କାମ ଧନ୍ଦା ବନ୍ଦ ହୋଇପଡ଼ିଥିବାରୁ ବେକାର ହୋଇ ବସିରହିଥିଲେ । ତେବେ ଏଭଳି ସମୟରେ ତାଙ୍କ ମନକୁ କିଛି ନୂଆ କରିବା ପାଇଁ ଆଶା ସଂଚାର ହୋଇଥିଲା ଏବଂ ସେ ନିଜେ ଏକ ବ୍ଯାଟେରୀ ଚଳିତ ମୋଟର ସାଇକେଲ ଓ ସାଇକେଲ ନିର୍ମାଣ କରିଥିଲେ । ଏହି ନିଆରା ଉଦ୍ଧବନା ବର୍ତମାନ ତାଙ୍କୁ ପୁର ଜିଲ୍ଲାରେ ଦେଇଛି ସ୍ବତନ୍ତ୍ର ପରିଚୟ ।ରାଜ୍ୟର ଏକ ପଛୁଆ ଜିଲ୍ଲା ଭାବେ ପରିଗଣତ ମାଲକାନଗିରି ଜିଲ୍ଲା, ଜିଲ୍ଲାରେ ଯୁବ ପିଢୀଙ୍କ ବିକାଶ ପାଇଁ ସେଭଳି କୌଣସି ବିଶେଷ ମାଧ୍ୟମ ନଥିବା ସତ୍ବେ ମଧ୍ୟ ଜିଲ୍ଲାର ଅନେକ ଯୁବକ ବହୁ କିଛି ନିଆରା ଉଦ୍ଧବନା କରିଦେଖାଇଛନ୍ତି । ଔ ଏଭଳି ଜଣେ ଯୁବକ ହେଉଛନ୍ତି ମାଲକାନଗିରି ଜିଲ୍ଲା ଏମ୍ଭି ୭ ଗ୍ରାମର ଦିଲୀପ ପୋଦାର । ଦିଲୀପ ଜଣେ ମେକାନିକ ଭାବେ କାର୍ଜୀ କରୁଥିବା ବେଳେ ତାଙ୍କର ଏକ ଗ୍ୟାରେଜ ମଧ୍ୟ ରହିଛି । ତେବେ ଏହି କରୋନା ଲକ ଡାଉନ ମଧ୍ୟରେ ଦିଲୀପ ଗ୍ୟାରେଜ ବନ୍ଦ ଯୋଗୁଁ ବେକାର ବସି ରହିଥିଲେ । ଏହି ସମୟରେ ତାଙ୍କୁ ବ୍ଯାଟେରୀ ଚଳିତ ମୋଟର ସାଇକେଲ ନିର୍ମାଣ କରିବା ପାଇଁ ଭାବନା ଆସିଥିଲା । ବାସ ଏହାପରେ ଦିଲୀପ ଲାଗିପଡ଼ିଥିଲେ ଏହି ମୋଟର ସାଇକେଲ ନିର୍ମାଣ କାରଜ୍ୟରେ । ଦିଲୀପଙ୍କ ଦୃଢ ମନବଳ ସହ ଇଛା ଶକ୍ତି ଯୋଗୁଁ ସେ ଏକ ବ୍ଯାଟେରୀ ଚଳିତ ମୋଟର ସାଇକେଲ ଓ ସାଇକେଲ ନିର୍ମାଣ କରିପାରିଛନ୍ତି । ଯାହାକି ଗୋଟିଏଥର ଚାର୍ଜ କଲେ ମୋଟର ସାଇକେଲ ଟି ୪୦ କିଲୋମିଟର ଯାଉଥିବା ବେଳେ ସାଇକେଲ ଟି ୨୦ କିଲୋମିଟର ଯାଇପାରୁଛି । ନିଜ ଗ୍ୟାରେଜ ରେ ଅକାମି ହୋଇ ପଡ଼ିରହିଥିବା ଏକ ମୋଟର ସାଇକେଲ କୁ ଦିଲୀପ ବ୍ୟବହାର କରି ଏହି ବ୍ଯାଟେରୀ ବାଇକ ନିର୍ମାଣ କରିଥିବା ବେଳେ ଏହା ଆଗକୁ ଓ ପଛକୁ ଜାଇପାରୁଛି । ବହୁ ସ୍ୱଳ୍ପ ଖର୍ଚରେ ଏହି ମୋଟର ସାଇକେଲ ୪୦ କିଲୋମିଟର ଯାଉଥିବା ବେଳେ ଏହା ଯୋଗୁଁ ପ୍ରଦୂଷଣ ମଧ୍ୟ କମିବ । ତେବେ ଆଗାମୀ ଦିନରେ ଦିବ୍ୟଙ୍ଗ ଲୋକଙ୍କ ପାଇଁ ମଧ୍ୟ ଏଭଳି ବ୍ୟାଟେର ଗାଡି ନିର୍ମାଣ କରିବାକୁ ଲକ୍ଷ ରଖିଛନ୍ତି ଦିଲୀପ ।ଦିଲୀପ ଙ୍କ ଏଭଳି ନିଆରା ପ୍ରୟାସ ତାଙ୍କୁ ବର୍ତମାନ ସ୍ବତନ୍ତ୍ର ପରିଚୟ ଦେଇଥିବା ବେଳେ ଏହି ଇ ମୋଟର ସାଇକେଲ ଓ ସାଇକେଲ କୁ ଦେଖିବା ଏବଂ ଚଳାଇବା ପାଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅନେକ ଲୋକ ଦିଲୀପଙ୍କ ନିକଟକୁ ଯାଇ ଏହା ବିଷୟରେ ପଚାରି ବୁଝୁଛନ୍ତି । ଦିଲୀପ ଏକ ମଧ୍ୟବିତ ପରିବାର ଋ ଆସି ଏଭଳି ଉଦ୍ଧାବନା କରିବା ପରେ ପରିବାର ରେ ମଧ୍ୟ ଖୁଶିର ଲହରୀ ଖେଳିଯାଇଛି । ତାଙ୍କର ଏଭଳି ଉଦ୍ୟମକୁ ନେଇ ଦିଲପ ଙ୍କ ମା ବେଶ ଖୁସି ବ୍ୟକ୍ତ କରିଥିବା ବେଳେ ତାଙ୍କୁ ସହାୟତା ଏବଂ ପ୍ରୋତ୍ସାହନ ମିଳିଲେ ସେ ଆଗକୁ ଆହୁରି ଅନେକ କିଛି ଉଦ୍ଧାବନ କରିପାରିବେ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି । ପଙ୍କରେ ପଦ୍ମ ଫୁଟିବା ଭଳି ଦିଲୀପ ପଛୁଆ ଅଞ୍ଚଳରେ ରହି ଯେଉ ଉଦ୍ଧାବନା କରିଛନ୍ତି ତହ ତାଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଯୁବ ପିଢୀ ଙ୍କ ପାଇଁ ଦିଲୀପ ବର୍ତମାନ ରୋଲ ମଡେଲ ପାଲଟି ଛନ୍ତି । ସରକରୀ ସହାୟତା ଏବଂ ପ୍ରୋତ୍ସାହନ ମିଳିଲେ ଦିଲୀପ ଆଗାମୀ ଦିନରେ ଆହୁରି ଅନେକ ଆଗକୁ ବଢି ପାରିବେ ।
Comments (0)
Add Comment