ମୋ ଓଡ଼ିଶା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ନିମନ୍ତେ ଡ୍ରାଫ୍ଟ ପ୍ରକାଶିତ

ରାୟଗଡ: ରାୟଗଡ ଜିଲ୍ଳାରେ ଭୋଟର ତାଲିକା ସଂଶୋଧନ ନିମନ୍ତେ ସୋମବାର ଦିନ ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଡ୍ରାଫ୍ଟ ପ୍ରକାଶନ କରିଛନ୍ତି । ଜିଲ୍ଳାର ରାଜନୈତିକ ଦଳର ସଦସ୍ୟମାନଙ୍କ ମଧ୍ୟରେ ବିଶେଷ କରି ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ପାର୍ଟି,ବହୁଜନ ଜନତା ପାର୍ଟି ଓ ବିଜୁ ଜନତା ଦଳର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଡ୍ରାଫ୍ଟରେ ପ୍ରକାଶିତ ତାଲିକା ଅନୁଯାୟୀ ସୋମବାର ୨୦୨୦ ନଭେମ୍ବର ୧୬ତାରିଖ ଆଜି ଠାରୁ ଆସନ୍ତା ୨୦୨୦ ଡିସେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଅଭିଯୋଗ ଅନୁସାରେ ତ୍ରୁଟି ସଂଶୋଧନ କରିବା ପାଇଁ ଦାଖଲ କରିବେ । ଏହାବାଦ୍ ଦୁଇଟି ଶନିବାର ଓ ରବିବାରରେ ବୁଥସ୍ତରୀୟ ଅଧିକାରୀମାନେ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଅଭିଯୋଗଗୁଡିକ ଗ୍ରହଣ କରିବେ । ବର୍ତମାନ ସୁଦ୍ଧା ଜିଲ୍ଳାର ମୋଟ ଭୋଟରଙ୍କ ସଂଖ୍ୟା ୬୬୬୫୩୬ ରହିଥିବା ବେଳେ ସେଥିମଧ୍ୟରେ ପୁରଷ ଭୋଟର ହେଲେ ୩୧୪୬୭୮ ରହିଛି ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୩୫୧୬୭୫ ଏବଂ ୧୮୩ଜଣ ତୃତୀୟ ଲିଙ୍ଗ ଭୋଟର ରହିଥିବା ଜଣାପଡିଛି । ଏହି ଭୋଟର ତାଲିକା ସଂଶୋଧନ ପାଇଁ ଜିଲ୍ଳାରେ ତିନୋଟି ନିର୍ବାଚନ ମଣ୍ଡଳୀରେ ୮୭୧ ଭୋଟ ଗ୍ରହଣ କେନ୍ଦ୍ର ପାଇଁ ୮୭୨ଜଣ ବୁଥସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତ ଦିଆଯାଇଛି ଏବଂ ୮୫ଜଣ ସୁପର ଭାଇଜର ମଧ୍ୟ ନିଯୁକ୍ତ ହୋଇଛନ୍ତି । ସବୁ ବୁଥରେ ଅଭିଯୋଗ ଗ୍ରହଣ କରାଯିବା ପରେ ଉପଜିଲ୍ଳାପାଳମାନେ ତଥା ସହକାରୀ ରିଟର୍ଣ୍ଣିଂ ଅଧିକାରୀମାନେ ଫଇସଲା କରିବେ । ଏହାପରେ ଆସନ୍ତା ୨୦୨୧ ଜାନୁୟାରୀ ୧୫ତାରିଖରେ କମିଶନଙ୍କ ଅନୁମତି କ୍ରମେ ଫାଇନାଲ ପ୍ରକାଶ କରାଯିବ । ଏହି ଡ୍ର୍ରାଫ୍ଟ ପ୍ରକାଶନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ଶରଚଚନ୍ଦ୍ର ପଣ୍ଡା, ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ ଏବଂ ନିର୍ବାଚନ ଅଧିକାରୀ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
Comments (0)
Add Comment