୪୧ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ସମାରୋହ ୨୦୨୩ ଉଦଯାପିତ

କୋଇଡା: ଭୁବନେଶ୍ୱର ସ୍ଥିତ ଡ଼ାଇରେକ୍ଟର ଜେନେରାଲ ମାଇନ୍ସ ସେପ୍ଟି ପକ୍ଷରୁ ୪୧ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ସମାରୋହ ୨୦୨୩ ଟେନସା ଇସ୍ପାତ ଷ୍ଟାଡିୟମ ଠାରେ ଆଜି ବୁଧବାର ଉଦଯାପିତ ହୋଇଛି । ଡ଼ାଇରେକ୍ଟର ଜେନେରାଲ ମାଇନ୍ସ ସେପ୍ଟି ନିର୍ଦ୍ଦେଶକ କ୍ରମେ ବରସୁଆଁ ଲୌହଖଣି (ସେଲ ) ଓ ଜିନ୍ଦଲ ଟି ଆର ବି ଖଣିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଡ଼ାଇରେକ୍ଟର ଜେନେରାଲ ମାଇନ୍ସର ଜୋନ – ୨ ରେ କୋଇଡା ଓ ଯୋଡ଼ା ମାଇନିଙ୍ଗି ସେକ୍ଟରରେ ଥିବା ବିଭିନ୍ନ ଖଣି ସମେତ ୫୦ଟି ଖଣି ଅଂଶ ଗ୍ରହଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଡ଼ାଇରେକ୍ଟର ଜେନେରାଲ ମାଇନ୍ସ ସେପ୍ଟିର ପ୍ରଫୁଲ ରଞ୍ଜନ ଠାକୁର, ଡେପୁଟି ଡ଼ାଇରେକ୍ଟର ଜେନେରାଲ ମାଇନ୍ସ ସେପ୍ଟିର ଉଲିମେଶ ଶିବ ଶଙ୍କର,ଟେନସା ଜିନ୍ଦଲ ଖଣି ୟୁନିଟି ହେଡ କମଳାକାନ୍ତ ନନ୍ଦ, ବରସୁଆଁ ଲୌହଖଣି (ସେଲ )ର ଜେନେରାଲ ମ୍ୟାନେଜର ତିଳକ ପଟ୍ଟନାୟକ,ରୁଙ୍ଗୁଟା ଖଣିର ସଭାପତି ଅନନ୍ତ ଶଙ୍କର ମହାପାତ୍ର, ଟାଟା ଷ୍ଟିଲ ଯୋଡ଼ା ଖଣିର ମୂଖ୍ୟ ପ୍ରବନ୍ଧକ ରାଜେଶ କୁମାର, ଜିନ୍ଦଲ କାଶିଆ ଖଣିର ଆର.ଏସ ରଘୁବଂଶୀ,ସେଲ ବଲାଣୀ ଖଣିର ଆର.କେ ଚାଟାର୍ଜୀ ପ୍ରମୁଖଙ୍କ ସହ ଅନ୍ୟ ଖଣି ଅଧିକାରୀ ଅତିଥି ଭାବେ ଯୋଗ ଦେଇ ଥିଲେ । ପ୍ରଥମେ ବିଭିନ୍ନ ଖଣିରେ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଶ୍ରମିକ ମାନଙ୍କୁ ପୁଷ୍ପ ମାଲ୍ୟ ଦିଆଯାଇଥିଲା । ପ୍ରଦୀପ ପ୍ରଜ୍ଵଳନ ସହ ଟେନସା କଳାପରିଷଡଦ ମହିଳା ମାନେ ସ୍ୱାଗତ ଗାନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇ ବିଭିନ୍ନ ବିଭାଗ ପାଇଁ ଭିନ୍ନ ଭିନ୍ନ ଖଣିକୁ ପୁରସ୍କୃତ କରାଯାଇଥିଲା ।ଶ୍ରେଷ୍ଠ ଖଣି, ଶ୍ରେଷ୍ଠ ଷ୍ଟଲ, ଶ୍ରେଷ୍ଠ ପବ୍ଲିକ ପ୍ରୋପାଗଣ୍ଡା, ଶ୍ରେଷ୍ଠ ହଳରୋଡ଼, ଶ୍ରେଷ୍ଠ ୱାର୍କକିଙ୍ଗ ବେଷ୍ଟକୁଇଜ, ଶ୍ରେଷ୍ଠ ମଡେଲ ଆଦି ବିଭିନ୍ନ ବିଭାଗରେ ରୁଙ୍ଗୁଟା, ଜିନ୍ଦଲ, ସେଲ,ବଲାଣୀ, ଜେଏସ୍ଡବ୍ଲୁ ,ମିତଲ,ବେଦାନ୍ତ, ପି ଟି ଏ , ଓ.ଏମ.ସି ,କେକେସି, ଗୀତାରାଣୀ, ଏସ ଏନ ମହାନ୍ତି,କାଲଟା ଲୌହ ଖଣି ପ୍ରଭୂତି ଖଣି ସବୁକୁ ପୁରସ୍କାର ପ୍ରଧାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ କୁ ଜିନ୍ଦଲ ଖଣିର ଅଭିମନ୍ୟୁ ସାମଲ, ଏ. ପି ବିଶ୍ୱାଳ, କେଶବା ନନ୍ଦ ଘଡାଇ,ସୁଦାମ ମହାକୁଡ଼, ଏସ ଏସ ବିଶ୍ୱାଳ, ପି.କେ ନାୟକ ,ସମୀର କୁମାର ପାଢୀ ତଥା ବରସୁଆଁ ଲୌହ ଖଣି ପକ୍ଷରୁ ସୁନନ୍ଦ ପରିଡା, ଅମୀୟ ରଞ୍ଜନ ରାଉତ, ଘନଶ୍ୟାମ ପଲାଇ, ରାଜେଶ କୁମାର,ଡାକ୍ତର ଏ. ପି ପଣ୍ଡା ପରିଚାଳନା କରିଥିଲେ । ଭଗବାନ ନାଏକ, ରାଜେଶ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ଜେନେରାଲ ମ୍ୟାନେଜର ପି.ସି ବରୁଆ ଧନ୍ୟବାଦ ଦେଇଥିଲେ ।କୁନିକୁନି ପିଲାମାନଙ୍କ ଦ୍ୱାର ବିଭିନ୍ନ
ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Comments (0)
Add Comment