ରାଉରକେଲା ସହରରେ ୫ଟି ଦୋକାନ ସିଲ ସହ ୧୦,୫୦୦ ଜରିମାନା ଆଦାୟ କଲା ଆରଏମସି

ରାଉରକେଲା ସହରରେ ଲକ ଡାଉନ କଟକଣା ଲାଗୁ ହୋଇଥିବା ବେଳେ ସମହ ସୀମା ବାହାରେ ସହରର କିଛି ବ୍ୟବସାୟିମାନେ ନିୟମକୁ ନ ମାନି ଦୋକାନରେ ସମାଜିକ ଦୂରତା ନ ରଖି ଏହା ସହ ଦୋକାନ ଆଗରେ ତାଲା ବନ୍ଦ କରି ଲୁଚାଛୁପାରେ ଦୋକାନରେ କରୁଥିଲେ ବେପାର । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆରଏମସିର ଦଳ ପହଞ୍ଚି ୫ଟି ଦୋକାନକୁ ସିଲ କରିଛି । ଏହା ସହ ପ୍ଲାଣ୍ଟ ସାଇଟ ଅଂଚଳର ବଣିଆ ଗେଟ,ଡେଲି ମାର୍କେଟ, ପାଓ୍ବାର୍ ହାଉସ ରୋଡ଼ର ଶାଢ଼ୀ ଦୋକାନ , ଆଇସକ୍ରିମ ଦୋକାନ, ଜଳଖିଆ ଦୋକାନ ଆଦିରେ ଚଢ଼ାଉ କରି ଦୋକାନୀ ମାନଙ୍କଠାରୁ ୧୦ ହଜାର ୫୦୦ ଶହ ଟଙ୍କା ଆଦାୟ କରିଛି ଆରଏମସି । ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ ଅଳରେ କିଞ୍ଚିତ ଲୋଭ ସକାଶେ ବେପାର କରିବା ସହ ନିଜେ ଓ ଅନ୍ୟ ମାନଙ୍କୁ ମଧ୍ୟ ହଇରାଣ କରୁଛନ୍ତି । ଲକ ଡାଉନ୍ ବେଳେ ଦିନ ୧୪ ଟା ବି ଶାନ୍ତିରେ ରହି ପାରୁ ନାହାଁନ୍ତି ଏ ଅମାନିଆ ବେପାରୀ ।

Comments (0)
Add Comment