୭ ଟି ଫେକ କ୍ଲିନିକକୁ ସିଲ କରିବା ସହ ୭ ଜଣଙ୍କୁ ଗିରଫ କରିଛି ପୋଲିସ

ସୁନ୍ଦରଗଡ ପୋଲିଶ ସୁନ୍ଦରଗଡ ଜିଲ୍ଲା ହାତୀବାରି ଅଞ୍ଚଳରୁ ଆଜି ଦୁଇ ଜଣ କ୍ୱାକ ଡାକ୍ତରଙ୍କୁ ଗିରଫ କରିବାସହ ସେମାନେ ବେଆଇନ ଭାବେ ଚଳାଉଥିବା ଦୁଇଟି ଫେକ କ୍ଲିନିକକୁ ସିଲ କରିଛି ।

1 / 7

ସୁନ୍ଦରଗଡ ପୋଲିଶ କୋଭିଡ ମାହାମାରୀକୁ ପ୍ରତିହିତ କରିବା ନେଇ ଏନଫୋର୍ସ ମେଣ୍ଟକୁ କଡାକଡି କରିବା ସହ ଏବେ ନକଲି ବା କ୍ୱାକ ଡାକ୍ତରଙ୍କୁ ସାବାଡ କରିବା ନେଇ ଉଦ୍ୟମ ଜାରି ରଖିଛି । ଗତ ୭ ତାରିଖରୁ ଆଜି ମଧ୍ୟରେ ସୁନ୍ଦରଗଡ ପୋଲିଶ ୭ ଗୋଟି ଫେକ କ୍ଲିନିକୁ ସିଲ କରିବାସହ ୭ ଜଣ କ୍ୱାକ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ କ୍ୱାକ ମାନଙ୍କ ମଧ୍ୟରେ ଦୁଇଜଣ ପଶ୍ଟିମ ବଙ୍ଗ ରାଜ୍ୟର ଥିବାବେଳେ ଦୁଇଜଣ ଝାରଖଣ୍ଡ ରାଜ୍ୟର , ଜଣେ ବିହାର ରାଜ୍ୟର ଥିବାବେଳେ ଓ ଅନ୍ୟ ଦୁଇଜଣ ସୁନ୍ଦରଗଡ ଜିଲ୍ଲାର ବୋଲି ଜଣା ପଡିଛି । ସୁନ୍ଦରଗଡ ପୋଲିସ ୭ ତାରିଖରେ ରାଏବଗା ଥାନା ସଳଙ୍ଗାବାହାଲରେ ଜଣେ କ୍ୱାକକୁ ଗିରଫ କରିବା ସହ ତା କ୍ଲିନିକୁ ସିଲ କରିଥିଲା । ସେହିପରି ଗତକାଲି ( ମେ୧୦ରେ ) ବୀରମିତ୍ରପୁର ରୁ ଜଣେ କ୍ୱାକ , ହାତୀବାରି ଅଞ୍ଚଳରୁ ଦୁଇଜଣ କ୍ୱାକ ଓ କୁତ୍ରା ଥାନା ପଞ୍ଚରରାରୁ ଜଣେ କ୍ୱାକୁ ଗିରଫ କରିବାସହ ସେମାନଙ୍କ କ୍ଲିନିକୁ ସିଲ କରିଥିଲା । ସେହିପରି ଆଜି ( ୧୧ ମେ ) ରେ ସୁନ୍ଦରଗଡ ଜିଲ୍ଲା ହାତୀବାରି ଥାନା ଅନ୍ତର୍ଗତ ପୁରୁଣାପାଣି ଓ କୋକେରାମାରେ ଚଢାଉ କରି ରାହାତ କ୍ଲିନିକ ଓ ଅମ୍ରିତ କ୍ଲିନକକୁ ସିଲ କରିବାସହ ଏହି କ୍ଲିନିକ ଚଳାଉଥିବା ଦୁଇଜଣ କ୍ୱାକଙ୍କୁ ଗିରଫ କରିଛି । ଏମାନେ କରୋନା ମାହାମାରୀକୁ ଢାଲ କରି ସାଧାରଣ ଲୋକଙ୍କୁ ଭଲ କରିଦେବା ନାମରେ ପାରାସିଟାମୋଲ ପରି କେତେକ ବଟିକା ଦେଇ ଶୋଷଣ କରୁଥିଲେ ବୋଲି ପୋଲିଶ କହିଛି । କେବେଳ ସେତିକି ନୁହେଁ କୋଭିଡ ଆପ୍ରୋପ୍ରିଏଟ ବିହେଭିୟରକୁ ଉଲଙ୍ଘନ କରି ସେମାନଙ୍କ ଠକେଇ ଧନ୍ଦା ଚଳାଇ ଆସୁଥିଲେ । କିଏ ଦଶମ ଶ୍ରେଣୀ ପାଶ କରିଥିବା ସାର୍ଟିଫିକେଟ ଦେଖାଉଥିଲା ତ ପୁଣି କିଏ ଅନ୍ୟ କାହାର ନାମରେ ଏହି କାମ କରୁଥିଲା ବୋଲି ପୋଲିଶ କହିଛି ।

Comments (0)
Add Comment