୯ଟି ଦୋକାନ ସିଲ କରିବା ସହ ୫ ହଜାର ଫାଇନ ଆଦାୟ କଲା ଆରଏମସି

ସୁନ୍ଦରଗଡ ( କୋଶଲ୍ ନ୍ୟୁଜ ) : କୋଭିଡ ନୀୟମକୁ ଅମାନ୍ୟ କରିବା ସହ ଲକଡାଉନ ନୀୟମକୁ ମଧ୍ୟ ବେଖାତିର କରୁଥିବା କେତେଜଣ ବେପାରୀଙ୍କୁ ସାବାଡ କରିବାକୁ ଯାଇ ଆରଏମସି ପକ୍ଷରୁ ଉକ୍ତ ଦୋକାନ ଗୁଡିକ ଉପରେ ଚଢାଉ କରାଯାଇ ୯ ଟି ଦୋକାନକୁ ସିଲ କରିବା ସହିତ ୫ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ଲକଡାଉନ ସମୟରେ ସକାଳ ୬ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ଦୋକାନ ଖୋଲିବାର ସମୟ ଥିବା ବେଳେ ଅଧିକ ଆୟ ଲାଳସାରେ ବ୍ୟବସାୟ କରୁଥିବା ସେକ୍ଟର–୭ ଅଞ୍ଚଳ ସମେତ କୋଏଲନଗର ଓ ଶକ୍ତିନଗର ସ୍ଥିତ ପାନ ଗୁମୁଟି , ଚାହା , ଫଳ ଦୋକାନ ଓ ହୋଟେଲ ସହ ଅନ୍ୟାନ୍ୟ ଦୋକାନକୁ ଯାଇ ଅମାନିଆ ଭାବେ ସମୟ ପରେ ଦୋକାନ ଖୋଲି ବେପାର କରୁଥିବା ନେଇ ଫାଇନ କରିବା ସହ ଦୋକାନ ସିଲ କରାଯାଇଥିବା ପରିଲକ୍ଷିତ ହୋଇଛି ।

Comments (0)
Add Comment