ଜନୈକା ୯ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ , ଥାନାରେ ଅଭିଯୁକ୍ତ ଅଟକ

ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ବି କରୁଆ ବାହାଲରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁଷ୍କର୍ମ ଘଟଣା । ଶିଶୁର ମା ରୋଷେଇ କରୁଥିବା ବେଳେ ଶିଶୁଟି ଘର ବାରଣ୍ଡାରେ ବସିଥିଲା । ଅଭିଯୁକ୍ତ ଶିଶୁଟିକୁ ଏକୁଟିଆ ପାଇ ତାକୁ ଶିଶୁର ଘର ଠାରୁ କିଛି ଦୂରରରେ ଏହି କାଣ୍ଡ ଘଟାଇ ଶିଶୁଟିକୁ ଚେତାଶୂନ୍ୟ କରି ଛାଡି ଫେରାର ମାରିଥିଲା । ଗତକାଲି ବିଳମ୍ବିତ ରାତିରେ ସଂଜ୍ଞାହୀନ ଅବସ୍ଥାରେ ଶିଶୁ କନ୍ୟାକୁ ଧରି ଶିଶୁର ମା କିଞ୍ଜିରକେଲା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ । ପୋଲିଶ ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶିଶୁକନ୍ୟାକୁ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ତଦନ୍ତ ଆରମ୍ଭ କରିଥିଲା । ତେବେ ଆଜି ଅଭିଯୁକ୍ତ ଶିବ ଶଙ୍କର ବରୁଆ ୩୦ କୁ କିଞ୍ଜିରକେଲା ପୋଲିଶ ଥାନାକୁ ଆଣି ପଚରାଉଚରା କରୁଥିବା କଥା ଜଣା ପଡିଛି ଅଭିଯୁକ୍ତର ଘର ବି କରୁଆ ବାହାଲ ବୋଲି କିଞ୍ଜିରକେଲା ଥାନା ଅଧିକାରୀ କହିଛନ୍ତି । ଶିଶୁକନ୍ୟାଟିର ବାପା ଜଣେ ମିଲିଟାରୀ ଯବାନ ଓ ବର୍ତ୍ତମାନ ସେ ଜମ୍ମୁ ଓ କାଶ୍ମୀରରେ କାର୍ଯ୍ୟରତ ଅଛନ୍ତି । ଆଜି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତାର ଡାକ୍ତରୀ ପରୀକ୍ଷା କରାଯାଇଥିବା କଥା ଜଣା ପଡିଛି ।

Comments (0)
Add Comment