ଆହାର କେନ୍ଦ୍ରରେ ମିଳୁଛି ପାର୍ସଲ ଖାଦ୍ୟ ପଦାର୍ଥ

କରୋନା ମହାମାରୀ ସମୟରେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେବା ସହ ସମସ୍ତ ନୀୟମକୁ ଉଚିତ ଭାବେ ପାଳନ କରାଯାଉଛି । ଖୋଲା ରହୁଛି ସମସ୍ତ ଆହାର କେନ୍ଦ୍ର । ତେବେ ରାଉରକେଲା ସ୍ଥିତ ଆରଜିଏଚ ପରିସର ଭିତରେ ଥିବା ଆହାର କେନ୍ଦ୍ରକୁ ୨ ବେଳା ଭରସା କରନ୍ତି ଦିନମଜୁରିଆଙ୍କ ସମେତ ଦୁଃଖି ରଙ୍କି । ଏବେ ସଂକ୍ରମଣ ଭୟରେ ଆହାର କେନ୍ଦ୍ର ଭିତରେ ଆଉ ଆଗଭଳି ଖାଇବାକୁ ଦିଆ ଯାଉନାହିଁ । ଟିକଟ କାଟିବା ପରେ ପାର୍ସଲ ଆକାରରେ ଖାଦ୍ୟ ପଦାର୍ଥ ଦିଆଯାଉଛି ସାମାଜିକ ଦୂରତା ପ୍ରତି ବିଶେଷ ଦୃଷ୍ଟି ଦେଇ । ଏହି ଲକଡାଉନ ସମୟରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇ ଯେପରି ଭୋକରେ ନ ରହିବେ ସେଥିପାଇଁ ଆହାର କେନ୍ଦ୍ର ଗୁଡିକ ଖୋଲା ରହିଛି । ତେବେ ଆରଜିଏଚ ପରିସର ଆହାର କେନ୍ଦ୍ରର ଦାୟୀତ୍ବ ନେଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଗଣ ଶାନ୍ତି ଶୃଙ୍ଖଳାର ସହିତ ପ୍ରତ୍ୟହ ପାଖାପାଖି ୪୦୦ ପେକେଟ ଖାଦ୍ୟ ବିତରଣ ହେଉଥିବା ବିଷୟରେ ମତବ୍ୟକ୍ତ କରିଛନ୍ତି ।

Comments (0)
Add Comment