କରୋନା କଟକଣା ମଧ୍ୟରେ ଆମକୋ – ସିମକୋ ସହିଦ ଦିବସ ପାଳିତ

ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଆମକୋ ସୀମକୋ ସହିଦ୍ ଶ୍ମୃତି ପୀଠରେ ୮୨ ତମ ଶହୀଦ ଦିବସ ପାଳନ ହେଇଯାଇଛି । ୧୯୩୯ ମସିହା ରେ ୫୭ ଜଣକୁ ଏଠାରେ ବର୍ବତାର ସହିତ ମିଥ୍ୟା ଷଡ଼ଯନ୍ତ୍ର କରି ଗୁଳିକରି ଇଂରେଜ ହତ୍ୟା କରିଥିଲା ଓ ଏଥିରେ ୮୨ଜଣ ଆହତ ହେଇଥିଲେ । ପ୍ରତ୍ୟେକ ବର୍ଷ ଧୁମ ଧାମ ନାଚ ଗୀତ କରି ଶ୍ରଦ୍ଧାଞ୍ଜଳି ଦିଆଯାଉଥିଲା । କିନ୍ତୁ ଗତ ଦୁଇବର୍ଷ ହେବ କରୋନା କଟକଣା ସମୟକୁ ମଧ୍ୟ ଧ୍ୟାନ ରେ ରଖି ସହିଦ ସ୍ମୃତି ପୀଠର ସାଧାରଣ ସମ୍ପାଦକ ଫାଲବ୍ୟାନୁସ ଏକ୍କା, କୁଆଁରମୁଣ୍ଡା ବ୍ଲକ ଉପାଧକ୍ଷ ଶ୍ୟାମ ସୁନ୍ଦର ସାହୁ, ନୂଆଗାଁ ବ୍ଲକ ଅଧ୍ୟକ୍ଷ ମକ୍ଲୁ ଏକ୍କା, ସମାଜ ସେବୀ ସନ୍ଦୀପ ମିଶ୍ରାଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କ ସହିତ ସହିଦ୍ ହେଇଥିବା ପାରିବାରର କିଛି ଲୋକ ଏକତ୍ରିତ ହୋଇ ପାଞ୍ଚ ମିନଟ ଶାନ୍ତି ପ୍ରଥନା କରି ମହମବତୀ ଓ ଧୂପକାଠି ଜଳାଇ ଫୁଲ ଅର୍ପଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ପରେ ସମସ୍ତିଙ୍କୁ ମାକ୍ସ୍ ବାଣ୍ଟି ଥିଲେ । ସହିଦ୍ ପରିବାର ସଦସ୍ୟଙ୍କ ପାଇଁ ଜଳଖିଆ ଓ ପାଣିର ବ୍ୟବସ୍ଥା କରାଯାଇଥିଲା ।

Comments (0)
Add Comment