ରାଉଲକେଲା ପୋଲିସକୁ ପୁଣି ଆଉ ଏକ ସଫଳତା

ସୁନ୍ଦରଗଡ ଜିଲ୍ଲା ରାଉଲକେଲା ପୋଲିସକୁ ପୁଣି ଏକ ସଫଳତା ମିଳିଛି । ମାତ୍ର ୩ ଦିନରେ ଝରାପାଣି ଜଗଦା ପେଟ୍ରୋଲ ପମ୍ପରୁ ହୋଇଥିବା ଲୁଟର ପର୍ଦାଫାଶ କରିଛି ଝିରପାଣି ପୋଲିସ । ସୂଚନା ଅନୁସାରେ ଦୁଇ ଲୁଟେରାଙ୍କୁ ପୋଲିସ କାବୁ କରିଛି । ଲୁଟେରା ୨ଜଣ ହେଲେ ବିଶ୍ରା ନୟା ବସ୍ତି ଅଞ୍ଚଳର । ଏମଡି ଅମନ ରାଜା ବୟଷ ୨୦ ବର୍ଷ ଓ ଇଜାଜ ଆନସାରୀ ବୟସ ୨୫ ବର୍ଷ ସେମାନଙ୍କ ପାଖରୁ ୨ଟି ଦେଶୀ ପିସ୍ତଲ ୩ରାଉଣ୍ଡ ଜୀବନ୍ତ ଗୁଳି ଗୋଟିଏ କଟୁରୀ ନଗଦ ୩୯୩୧୦ ଟଙ୍କା ଦୁଇଟି ସୁଜୁକି ଆକସସ ଗାଡି ଜବତ କରାଯାଇଛି । ଉଭୟଙ୍କୁ IPC/25/27 ଆର୍ମ ଆକ୍ଟରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

Comments (0)
Add Comment