ବୈଦେହି କୁଅଁର୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କୋଶଲ ନ୍ୟୁଜ୍ ବ୍ୟୁରୋ :  ସୋନପୁର ଜିଲ୍ଲା ସହଲା ବ୍ଲକ୍ ଡୁଙ୍ଗୁରି ପାଲି ଠାରେ ବୈଦେହି କୁଅଁର ମେମୋରିଆଲ୍ ଟ୍ରଫି ୨୦୨୦ କ୍ରିକେଟ୍ ମ୍ଯାଚ୍ ଶୁକ୍ରବାର ଆରମ୍ଭ ହୋଇଯାଇଛି I ଏଥିରେ ୮ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଖେଳଟି ୧୨ ଓଭର ବିଷିଷ୍ଟ ରହିଥିଲା ।
ପ୍ରଥମ ମ୍ଯାଚଟି ସୋହେଲା ଏବଂ ରାମପୁର ମଧ୍ଯରେ ଅନୁଷ୍ଠିତ ହୋଇଥିଲା I ଏଥିରେ ସୋହେଲା ଦଳ ପ୍ରଥମେ ବ୍ଯାଟିଂ କରି ୧୨ ଓଭର ରେ ୧୮୬ ରନ କରିଥିବା ବେଲେ ବିପକ୍ଷରେ ଥିବା ରାମପୁର ଦଳ ୮ ଓଭର ୪ ଵଲ ଖେଳି ୬୮ ରନରେ ସମସ୍ତ ୱିକେଟ୍ ହରାଇ ପରାଜୟ ହୋଇଥିଲେ ।
ଖେଳଟିକୁ ଅମ୍ପାୟାର୍ ଭାବେ ଦିଲିପ୍ ପଧାନ ଓ ଦିଲିପ୍ ସାହୁ ପରିଚାଳନା କରିଥିବା ବେଳେ ସ୍କୋର ଦାୟିତ୍ୱରେ କୁନା ମେହେର ରହିଥିଲେ । ଖେଳଟିକୁ ସ୍ୱର୍ଗତା ବୈଦେହି କୁଅଁରଙ୍କ ପୁତ୍ର ରଘୁପତି କୁଅଁର୍ ଆୟୋଜନ କରିଥିବା ବେଳେ ଆଜିର ମ୍ୟାଚରେ ବୀରବର କୁଅଁର୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଦ୍ବିତୀୟ ମ୍ୟାଚଟି ଅଇଁଲାସାରି ଓ ବାରଗୁଡା ମଧ୍ୟରେ ହୋଇ ଅଇଁଲାସାରି ଦଳ ଏକ ୱୀକେଟ୍ରେ ବିଜୟ ଲାଭ କରି ପରବର୍ତ୍ତି ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା ।
Comments (0)
Add Comment