ସିନ୍ଧେକେଲାରେ କଂଗ୍ରେସର 6ଘଣ୍ଟିଆ ଓଡିଶାବନ୍ଦ ଡାକରା ସଫଳ

କୋଶଲ ନ୍ୟୁଜ୍ ବ୍ୟୁରୋ : ବଲାଙ୍ଗୀର /ବଙ୍ଗୋମୁଣ୍ଡା :ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବନ୍ଦ ପାଳିତ ହୋଇଅଛି l ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲାରେ ଅଞ୍ଚଳ ସ୍ତରୀୟ ବନ୍ଦ ପାଳନରେ ବଙ୍ଗୋମୁଣ୍ଡା ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ଭୋଳାନାଥ ବେହେରାଙ୍କ ନେତୃତ୍ୱରେ ବନ୍ଦପାଳନ ହେଉଥିବା ବେଳେ ଆଗାମୀ ଦିନରେ ଦରହ୍ରାସ ନ ହେଲେ ଆନ୍ଦୋଳନ ତୀବ୍ରତର ହେବବୋଲି ପ୍ରକାଶ କରିଛନ୍ତି l ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସ ଓ ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀର ଅହେତୁକ ଦରବୃଦ୍ଧିରେ ଜିଲ୍ଲା ବନ୍ଦହୋଇଅଛି l 

ଏହି ବନ୍ଦ ସକାଳ 7ରୁ ଅପରାହ୍ନ 1ଘଣ୍ଟା ବନ୍ଦ ହୋଇଛି l ଅଖଚଖ ବନ୍ଦ ରହିଥିବା ବେଳେ 42ନମ୍ବର ରାଜ୍ୟରାଜପଥ ଅବରୋଧ କରିଛନ୍ତି l ଦୋକାନ, ବଜାର, ସରକାରୀ ବେସରକାରୀ ଅନୁଷ୍ଠାନମଧ୍ୟ ବନ୍ଦ ହୋଇଛି l ଯୁବ କଂଗ୍ରେସ ନେତା ସଞ୍ଜୟ ସିଂଦେଓ, କଣ୍ଟାବାଞ୍ଜି ବିଧାୟକଙ୍କ ପ୍ରତିନିଧି ସତପାଳ ଜୈନ, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଭାତ କିରଣ ନନ୍ଦ, ପୂର୍ବତନ ଜୋନ ସଭାପତି ବିଘ୍ନରାଜ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସନ୍ତୋଷ ନାଏକ, ଓଡିଶା କଂଗ୍ରେସ ସେବାଦଳ ୟଙ୍ଗ ବ୍ରିଗେଡ ସାଧାରଣ ସମ୍ପାଦକ ଅମରେନ୍ଦ୍ର ନନ୍ଦ, ତପନ ଜୈନ, କୁନା ବାମଡି, ପ୍ରିତମ ସୁନା, ଭୋଜରାଜ ପୁଟେଲ, ପଙ୍କଜ ପୁଟେଲ, ରାଜୁ ମହାନନ୍ଦ ଙ୍କ ସହ ସିନ୍ଧେକେଲା ଅଞ୍ଚଳର ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ l
Comments (0)
Add Comment