1996-98 ସିଟି ବ୍ଯାଚ ବନ୍ଧୁ ମିଳନ

ପାଟଣାଗଡ ମାରୱାଡି ଧର୍ମଶାଳା ଠାରେ ଦୀର୍ଘ 22 ବର୍ଷ ପରେ 96-98 ସିଟି ବ୍ଯାଚ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆମକୁ ଛାଡି ଚାଲି ଯାଇ ଥିବା ଲୋକନାଥ ଭୋଇ, ପବିତ୍ର ମିଶ୍ର, ସୁରେନ୍ଦ୍ର ବରିହା ଓ ତୁଳସୀରାମ ପଧାନଙ୍କ ଅମର ଆତ୍ମାର ସଦାଗତି ନିମନ୍ତେ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସୁଶୀଲ କୁମାର ପୋଢ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ । ମକୁନ୍ଦଲାଲ ସାହୁ ସ୍ୱରଚିତ ସ୍ୱାଗତ ଗୀତ ଗାନ କରିଥିଲେ l ବରିଷ୍ଠ ବନ୍ଧୁ ସୁରେନ୍ଦ୍ର ଖମାରୀଙ୍କ ସଭାପତିତ୍ବରେ ସମସ୍ତେ ନିଜ ନିଜର ପରିଚୟ ପ୍ରଦାନ କରି ଅତୀତ ର ସ୍ମୃତିକୁ ମନେ ପକାଇ ଥିଲେ । ଦୀର୍ଘ 22 ବର୍ଷ ପରେ ମିଶିଥିବାରୁ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳି ଯାଇ ଥିଲା । ଛାଡି ଆସିବାକୁ କାହାକୁ ଇଚ୍ଛା ହେଉ ନ ଥିଲା । ଏହି ବନ୍ଧୁମିଳନ କୁ ଚିରଦିନ ବଜାୟ ରଖିବାକୁ ଆଗାମୀ ଦିନ ରେ ପାରିବାରିକ ବନ୍ଧୁମିଳନ ହରିଶଙ୍କର ଠାରେ କରିବାକୁ ସ୍ଥିର କରାଗଲା। ଏକ ଭୋଜିର ଆୟୋଜନ କରାଯାଇଥିଲା । ଶେଷରେ ପ୍ରଦୀପ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
ସତ୍ୟନାରାୟଣ ଭୋଇ, ଘନଶ୍ୟାମ ମେହେର , ବସୁଦେବ ଦାଶ , ସୁଶୀଲ କୁମାର ପୋଢ, କେଦାର ପାଣିଗ୍ରାହୀ, ଜୟରାମ ମେହେର , ଦୟାନିଧି ରଣା, ଚନ୍ଦ୍ରଶେଖର ମିଶ୍ର , ସୁବୋଧ ମହାପାତ୍ର ଓ କୁଶଧର କୁମୁରାଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମାପନ ହୋଇଥିଲା ।

Comments (0)
Add Comment