ସରକାରୀ ସହାୟତା ରୁ ବଞ୍ଚିତ ବୃଦ୍ଧା କ୍ଷୀର ପୁଝାରୀ

ବଲାଙ୍ଗୀର : (କୋଶଲ ନ୍ୟୁଜ୍)-ସରକାର ଙ୍କ ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରିଛନ୍ତି କିନ୍ତୁ କେତେକ ଯାଗାରେ ପ୍ରକୃତ ହିତାଧିକାରୀ ଙ୍କ ପାଖରେ ପହଞ୍ଚି ପାରୁନାହିଁ ସରକାର ଙ୍କ ଜନହିତକର ପଦକ୍ଷେପ।ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ନୂଆପାଲି ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୃଶ୍ୟ ଗ୍ରାମର ବୃଦ୍ଧା ଜଣକ କ୍ଷୀର ପୁଝାରୀ ବୟସ 80 ରୁ ଉର୍ଦ୍ଧ, ଇନ୍ଦିରାଆବାସ ଗୃହକୁ ଅପେକ୍ଷା କରି କରି, ଏବେ ଗ୍ରାମର କମିଟି ଗୃହରେ ଆଶ୍ରୟ ନେଉଛନ୍ତି, ଆମେ ତାଙ୍କ ଠାରୁ ପଚାରି ବୁଝିଲୁ ସେ ତାଙ୍କର ଝାଟି ମାଟି ଗୃହ ଗତ ବର୍ଷ କାଲବୈଶାଖୀ ରେ ଘର ସମ୍ପୂର୍ଣ ନଷ୍ଟ ହୋଇଯାଉଛି, ସେ କିଛି ଦିନ ତାଙ୍କ ପୋଡ଼ସୀ ଘରେ ଆଶ୍ରୟ ନେଲା ପରେ ଏବେ ନିଜର ଜନ୍ମ ସ୍ଥଳୀ କୁ ଫେରିନିଜ ଗ୍ରାମର ଏବେ ଗ୍ରାମର କମିଟି ଗୃହରେ ଆଶ୍ରୟନେଉଛନ୍ତି, ଏହି ଅସହାୟ ବୃଦ୍ଧା ଙ୍କୁ ଯଥା ଶୀଘ୍ର ଘର ଟିଏ ଯୋଗେଇ ଦେବା ପାଇଁ ଗ୍ରାମବାସି ଦାବି କରିଛନ୍ତି।

Comments (0)
Add Comment