ବଲାଙ୍ଗୀର ହସ୍ପିଟାଲ ପାଲଟିଲା ରଣକ୍ଷେତ୍ର

ଗତକାଲି ଯାମଗାଁ ପଞ୍ଚାୟତ ଅନ୍ତର୍ଗତ ଭୁରସିପାଲି ଗ୍ରାମର ସୁମନ୍ତ ବେହେରାକୁ ଦେହ ଅସୁସ୍ଥତା ପାଇଁ ଡାକ୍ତରଖାନାରେ କାଲି ସକାଳ 10 ଟାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଆଜି ସକାଳ 10 ଟାରେ ମୃତ୍ୟୁ ହୋଇଯାଇଥିଲା l ପରିବାର ବର୍ଗଙ୍କ କହିବାନୁସାରେ ଡାକ୍ତର ଏବଂ ନର୍ସଙ୍କ ସମ୍ପୂର୍ଣ ଅବହେଳା ଯୋଗୁଁ ସୁମନ୍ତର ମୃତ୍ୟୁ ଘଟିଛି l ଏହା ଛଡା ଡାକ୍ତର ଏବଂ ନର୍ସ କଡା କଥା ଏବଂ ଦୁର୍ବବ୍ୟବହାର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି l ରୋଗୀର ମୃତ୍ୟୁ ପରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ହସ୍ପିଟାଲ କର୍ମଚାରୀ ଫଳରେ ପୁଲିସ ଆସି ପରିସ୍ଥିତି ଅଣାୟତ୍ତ ହେବାରୁ ଲାଠିଚାର୍ଜ କରିଥିଲା ଏବଂ କିଛି ଲୋକଙ୍କୁ ଗିରଫ କରିଥିଲା l ହସ୍ପିଟାଲ ପରିସର ବର୍ତ୍ତମାନ ମଧ୍ୟ ଉତ୍ତେଜନାମୂଳକ ଅଛି ଏବଂ ପୁଲିସ ଜଗି ରହିଛି l


କୃଷ୍ଣ ସେଠୀ

ସମ୍ବାଦଦାତା – କୋଶଲ ନ୍ୟୁଜ୍


Comments (0)
Add Comment