ଅମରୀ ଗଛ ରେ ପୋତି ହେଲାଣି ମହୁରୁଣ୍ଡି ଗାଁର ପୋଖରୀ : ଗାଧୋଇବା ପାଇଁ ଗ୍ରାମବାସୀ ହସ୍ତସନ୍ତ

ପାଟଣାଗଡ ୧୨/୦୫ (କୋଶଲ ନ୍ୟୁଜ୍) : ଏବେ ଗ୍ରୀଷ୍ମ ପ୍ରବାହରେ ଦେଖା ଦେଲେଣି ପୋଖରୀ ରେ ଜଳର ସମସ୍ୟା । ଏପରି ସ୍ଥିତିରେ ମହୁରୁଣ୍ଡି ଗାଁର ପୋଖରୀ ଅମରୀ ଗଛ ପୋତି ହୋଇପଡିଛି । ଯାହାକୁ ନେଇ ଚିନ୍ତାରେ ଗ୍ରାମବାସୀ । ପୋଖରୀ ଅମରୀ ଗଛ ପୋତି ହୋଇ ଗଲାଣି ପୁନରୁଦ୍ଧାର ଦାବି କଲେ ମହୁରୁଣ୍ଡି ଗ୍ରାମବାସୀ । ଏବେ ଗାଁର ଲୋକ ମାନେ ଜଳ କଷ୍ଟ ଦେଖିବାକୁ ମିଳିଲାଣି । ଖରା ପ୍ରଭାବ ରେ ନଦୀ ନାଳ ‌ଓ ଚହଳା ଶୁଖିଯାଏ । ଅମରୀ ଗଛ ପୋତି ହେବା ଯୋଗୁଁ ଗାଧୋଇବା ପାଇଁ ଲୋକ ମାନେ ହନ୍ତସନ୍ତ ହଉଛନ୍ତି । ତେବେ ଖରାଦିନ ଆରମ୍ଭ ରୁ ଖପ୍ରାଖୋଲ ବ୍ଳକ ମହୁରୁଣ୍ଡି ଗ୍ରାମ ରେ ଗାଧୋଇବା ସମସ୍ୟା ଦେଖିବାକୁ ମିଳିଛି । ଏହି ପୋଖରୀରେ ମହୁରୁଣ୍ଡି ଗାଁର ୮୦୦ ଲୋକ ନିର୍ଭରଶୀଳ କରିଥାନ୍ତି , ଗ୍ରାମରେ ଥିବା ମୁଖ୍ୟ ପୋଖରୀ ଏବେ ଅମରୀ ପୋତି ହୋଇ ପଡିରହିଛି ।

ଗ୍ରାମବାସୀଙ୍କ ଅଭିଯୋଗ :- ଗ୍ରାମବାସୀଙ୍କ ଅଭିଯୋଗ କରିଛନ୍ତି, ଏହି ପୋଖରୀ ଟି ଗାଁର ବହୁତ ବଡ଼ ପୋଖରୀ ଥିବାରୁ ଅମରୀ ଗଛ ପୋତି ହେବାରୁ ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ମହୁରୁଣ୍ଡି ଗାଁର ଗାଧୋଇବା ପୋଖରୀ ଆସନ୍ତା ବର୍ଷ ଖରା ଦିନେ ଆସିବା ପୂର୍ବରୁ ତୁରନ୍ତ ଏହି ପୋଖରୀକୁ ପୁନରୁଦ୍ଧାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଯଥା ଶୀଘ୍ର ଏହି ସମସ୍ୟାକୁ ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ଦାବି ହେଉଛି ।

Comments (0)
Add Comment