ରେଙ୍ଗାଲି ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

କୋଶଲ ନ୍ୟୁଜ୍ ବ୍ୟୁରୋ : ଆଜି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମପଞ୍ଚାୟତ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। 

ଏହି ଶିବିର ରେ ରେଙ୍ଗାଲି ପଞ୍ଚାୟତ ର ସୁପରଭାଇଜର୍ ସରପଞ୍ଚ ଶ୍ରୀମତୀ ସବିତା ମେହେର ଭୀମଭୋଇ ଙ୍କୁ ପୂଜାର୍ଚ୍ଚନା କରିଥିଲେ।ପରେ ଖପ୍ରାଖୋଲ ବିଡ଼ିଓ ଶ୍ରୀ ତରଣୀ ସୁନା, ଡାକ୍ତର ସୁରଜ କୁମାର ଦୀପ,ଏସ୍ଏସ ପିଇଡି ଡିପାରମେଣ୍ଟ ରୁ ନବ କ୍ରୀଷ୍ଣା ସାହ,ବିଆରଟି ଗକୁଳ ମେହେର,ଆଇସିଡିଏସ ବିଭାଗ ରେଙ୍ଗାଲି ଅଧିନ ସନ୍ତୁଳା କୁମ୍ଭାର, ଖପ୍ରାଖୋଲ ପିଇଓ ପୃଥିରାଜ ରାଓ ଏବଂ ଅଙ୍ଗନବାଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ। ଏଥିରେ ଏଥିରେ ଚାରି ପଞ୍ଚାୟତ ରୁ ଟଙ୍କପାଣି, ରେଙ୍ଗାଲି,ଘୁନସର ଏବଂ ତେଲେନପାଲି ର ୧୫୭ ଜଣ ଭିନ୍ନକ୍ଷମ ଉପସ୍ଥିତ ଥିଲେ। 
ସେମାନଙ୍କୁ ସାଇକେଲ, ଶ୍ରବଣ ଯନ୍ତ୍ର ଦିଆଯାଇଛି। ବାର୍ଦ୍ଧକ୍ୟ ଭତ୍ତା ପାଇଁ ମଧ୍ୟ ବୃଦ୍ଧ ବୃଦ୍ଧା ମାନେ ଆବେଦନ କରିଥିବା ଜଣାପଡିଛି।
Comments (0)
Add Comment