ବ୍ଳକ ସ୍ତରୀୟ ଗଣ୍ଡ ସମାଜ କମିଟି ଗଠନ

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ର ମହରା ପଦର ଗ୍ରାମ ର ପତର ଫଡି ପାଖରେ ରେ ଥିବା ଆମ୍ବ ତୋଟା ଠାରେ ବ୍ଳକ ସ୍ତରୀୟ ଗଣ୍ଡ ସମାଜ ର ଏକ ବୈଠକ ପାଟଣା ଗଡ ମଣ୍ଡଳ ସମ୍ପାଦକ ପୁର୍ଣଚନ୍ଦ୍ର ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାପ୍ରାରମ୍ଭରେ ସମାଜ ର ଓଁ ଶ୍ରୀ ବୁଢ଼ା ଦେଓ ଦେବାଦେବୀ ଙ୍କ ପୂଜାର୍ଚ୍ଚନା ପରେ ସଭା ଆରମ୍ଭ ହୋଇଥିଲା ଏଥିରେ ପାଟଣା ଗଡ ମଣ୍ଡଳ ଗଣ୍ଡ ସମାଜ ରୁ ଆସିଥିବା ଶ୍ରୀଯୁକ୍ତ କରୁଣା କର ଧରୁଆ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସମାଜ କିପରି ଆଗକୁ ସଦୃଢ଼ ଓ ସଚେତନ, ଶିକ୍ଷା ଓ ସମାଜ ପ୍ରତି ମନ ବଳ ସମସ୍ତ ଙ୍କ ର ରହିବ କରିଥିଲେ!ଏଥିପାଇଁ ନୂତନ ବ୍ଳକ କମିଟି ଙ୍କୁ ଧ୍ୟାନ ଦେବାକୁ ସଭାରେ ମତପ୍ରକାଶ କରିଥିଲେ ।ଓ ଆଜି ର ନୂତନ କମିଟି ର କର୍ମକର୍ତା ହେଲେ ସଭାପତି ଶ୍ରୀଯୁକ୍ତ ଶ୍ରୀପତି ଧରୁଆ, ଉପ ସଭାପତି ପୁଷ୍ପା ଲତା କୁଅଁର,କୋଷାଧକ୍ଷ ଅକ୍ରୁର କୁଅଁର ସମ୍ପାଦକ ଟିକେଶ୍ୱର ଧରୁଆ ଉପଦେଷ୍ଟା ଜନାର୍ଦନ ମଲ୍ଲିକ, ଅଡିଟର ଗୁରୁ ଚରଣ ଧରୁଆ, ସମାଜ ସେବକ ଭଜରାଜ ଧରୁଆ , ଓ ମେମ୍ବର ପଦ ରେ ଥିବା ଘନଶ୍ୟାମ ଭୋଇ, ଘନ ଧରୁଆ, ସାରଙ୍ଗ ଧରୁଆ ଏମାନଙ୍କୁ ନେଇ ନୂତନ କମିଟିକରାଗଲା!

Comments (0)
Add Comment