ରକ୍ତ ଦାନ ଶିବିର ରେ ଯୋଗଦେଲେ ମନ୍ତ୍ରୀ, ସ୍ଵାମୀ ସ୍ତ୍ରୀ କଲେ ରକ୍ତ ଦାନ

କୋଶଲ ନ୍ୟୁଜ୍ ବ୍ୟୁରୋ : ସଇଁନ୍ତଳା, ରକ୍ତ ଦାନ ମହାପୁଣ୍ୟ ଏହି ରକ୍ତ ଦାନ କରିବା ଦ୍ଵାରା ଅନେକ ଗରିବ ନୀରିହ ମାନଙ୍କ ଜୀଵନ ବଞ୍ଚିଥାଏ ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ    କରମତଲା ପଞ୍ଚାୟତ ଛନଛଡା ସ୍ୱରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ  ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁଙ୍କ ପରାମର୍ଶରେ ସ୍ଥାନୀୟ ସରପଞ୍ଚ ହିମାଞ୍ଚଳ ବୁଡେକ ଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପକ୍ଷରୁ ଜୀଵନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ତେବେ ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ଶୁଭାରମ୍ଭ କରିଥିଲେ। 

ଏହି ରକ୍ତ ଦାନ ଶିବିର ରେ ୪୨ ୟୁନିଟ ରୁ ଅଧିକ ରକ୍ତ ସଂଗ୍ରହ ହୋଇଥିଲା।ଅନ୍ୟପଟେ ସଂଗୀତା ଅଗ୍ରୱାଲ ଓ ଭଜନ ଅଗ୍ରୱାଲ ସ୍ୱାମୀ ସ୍ତ୍ରୀ ରକ୍ତ ଦାନ କରି ସେମାନଙ୍କ ମଧ୍ୟରେ ଉସାହିତ ମଧ୍ୟ ଦେଖି ବାକୁ ମିଲି ଥିଲା।ମନ୍ତ୍ରୀ ଙ୍କ ପ୍ରତିନିଧି ରାଜ କିଶୋର ଡାଙ୍ଗ ୩୭ ଥର ,ମାଘା ମୁନା ୫୫ ଥର କରି ଥିବା ବେଳେ ଆଇନଜୀବୀ ମୁକେସ ଚନ୍ଦ୍ର ଠାକୁର ପ୍ରମୁଖ ରକ୍ତ ଦାନ କରିଥିଲେ।

ଏଥିରେ ସଇଁନ୍ତଳା ବିଜେଡି ବ୍ଳକ ସଭାପତି ଦିଲିପ ରାଜପଲିଆ,ଆଲୋକ ବୁଡେକ ଦୁର୍ଗା ପ୍ରସାଦ ଶର୍ମା, ମନ୍ତ୍ରୀ ଙ୍କ ପ୍ରତିନିଧି ଚନ୍ଦ୍ର ବର୍ଦ୍ଧନ ପୁରୋହିତ, ଟୁନୁ ରାଜପଲିଆ, ମନ୍ତ୍ରୀ ପ୍ରତିନିଧି ରାଜ କିଶୋର ଡାଙ୍ଗ,କମଳ ଶର୍ମା, ରାଧେଶ୍ୟାମ ପାତ୍ର,ପ୍ରୀତମ ପୋଡ଼, ସୁଧାଂଶୁ ଶେଖର ବୁଡେକ,ଦେବରାଜ ପୂଜାରୀ,ଉମା ଶଙ୍କର ପୁରୋହିତ, ସୁଜିତ ନାଗ,ବିଶ୍ଵ ନାଥ ସୁଅର,ବିକ୍ରମ ସିଂ ବୁଡେକ ପ୍ରମୁଖ ଉପସ୍ଥିତ ଥିବା ବେଳେ ସ୍ୱରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପୁରୁଷୋତ୍ତମ ପଣ୍ଡା ,ସ୍ୱପ୍ନା ବାଗ,ସୁନିତା ପଞ୍ଚୁ,ଉଗ୍ରସେନ ବୁଡେକ,ସୁରଞ୍ଜନ ରଣା,ସତ୍ୟନାରାୟଣ ମହାକୁର,ସଂସାର କୁମାର ସାହୁ, ରଶ୍ମିରଞ୍ଜନ ବାଗ, ଉର୍ମିଳା ସିଂ ପ୍ରମୁଖ ସହଯୋଗ କରିଥିଲେ।

Comments (0)
Add Comment