ପୋଷାକ ବଣ୍ଟନ ଉସ୍ରବ ଅନୁଷ୍ଠିତ

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ହାଟପଦା ପଡା ନୋଡାଲ ସ୍କୁଲ୍ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସରକାର ଙ୍କ ପକ୍ଷରୁ ମାଗଣା ରେ ଛାତ୍ର ଛାତ୍ରୀ ଙ୍କୁ ପୋଷାକ,ଜୋତା ଦିଆ ଯାଉଛି
ଏହି ପରିପ୍ରେକ୍ଷୀରେ ଲାଠୋର ନୋଡାଲ ସ୍କୁଲ୍ ରେ ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ଶବର ଙ୍କ ଅଧ୍ୟକ୍ଷତାରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏଥିରେ ଶିକ୍ଷକ ମୟୁରଧ୍ଵଜ ବାଗ୍, ଶିକ୍ଷୟିତ୍ରୀ ତପସ୍ଵିନୀ ମହାକୁଡ଼,ସିଆରସିସି କୁଞ୍ଜବିହାରୀ ସରାଫ୍, ଆଶାକର୍ମୀ ଚମ୍ପାବତୀ ତାଣ୍ଡି, ସାମ୍ବାଦିକ କୃଷ୍ଣା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ପୂର୍ଣ କୋଭିଡ ଗାଇଡ ଲାଇନ ଅନୁସାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏତେ ଦିନ ପରେ ଛାତ୍ର ଛାତ୍ରୀ ସ୍କୁଲ କୁ ଯାଉଥିବା ରୁ ବହୁତ ଖୁସି ଜଣା ପଡୁଥିଲେ।ସିଆରସିସି କୁଞ୍ଜବିହାରୀ ସରାଫ୍ ଛାତ୍ର ଛାତ୍ରୀ ଙ୍କୁ କିପରି କୋରୋନା ରୁ ରକ୍ଷା ମିଳିପାରିବ ତଥା ଘରେ ରହି କିପରି ପାଠ ପଢି ପାରିବେ ଏସବୁ ବିଷୟରେ ଆଲୋଚନା କରିଥିଲେ।

Comments (0)
Add Comment