ଲିମ୍ବ ଗଛରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଖପ୍ରାଖୋଲ ତା:୧୭/୦୪ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ କରୁଆଁଝର ଗ୍ରାମର ଏକ ଲିମ୍ବ ଗଛରୁ ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରିଛି ଲାଠୋର ପୋଲିସ।ସୂଚନା ଅନୁସାରେ ନୂଆପଡା ଜିଲ୍ଲା କୋମନା ଥାନା ସେମେଲପାଲି ଗ୍ରାମର ଭାଗ୍ୟବନ୍ତ ପରାଭୁଏ (୩୫)ବୋଲି ଜଣାପଡିଛି।ତାଙ୍କ ଘରେ ଏବେ ମାଁ ରତ୍ନୀ ପରାଭୁଏ ଓ ସ୍ତ୍ରୀ ବୃନ୍ଧା ପରାଭୁଏ ଅଛନ୍ତି।ପରିବାର ଲୋକେ କହିବା ଅନୁସାରେ ଭାଗ୍ୟବନ୍ତ ଓ ବୃନ୍ଧା ୨ ସ୍ବାମୀ ସ୍ତ୍ରୀ ଦେବଗଡରୁ କାମ କରି ୧ମାସ ହେବ ଫେରିଥିଲେ।ହେଲେ ଭାଗ୍ୟବନ୍ତ ଶନିବାର ଦିନ ୪ ଘଣ୍ଟା ସମୟର ଘରୁ ନିଖୋଜ ଥିଲେ।ପରେ ରବିବାର ୮ ଘଣ୍ଟା ସମୟରେ ଘର ଲୋକେ ଭାଗ୍ୟବନ୍ତ କରୁଆଁଝର ଗ୍ରାମର ଏକ ଲିମ୍ବ ଗଛରେ ଝୁଲୁଥିବା ଖବର ପାଇଥିଲେ ଘଟଣାସ୍ଥଳକୁ ଆସିଥିଲେ।ଲାଠୋର ପୋଲିସ କୌଣସି ସୁତ୍ରରୁ ଖବର ପାଇଁ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments (0)
Add Comment