ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ଦାବୀ

ବଙ୍ଗୋମୁଣ୍ଡା :-ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ଅନ୍ତର୍ଗତ ବଡପରା ବସଷ୍ଟାଣ୍ଡ ରୁ ଉନ୍ଦେର ନଦୀ ତଟବର୍ତ୍ତୀ ପଥରଦେଉଳ ଯାଏ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ନିର୍ମାଣ ଦାବୀହେଉଛି l ବଲାଙ୍ଗୀର ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଭାତ କିରଣ ନନ୍ଦ, ଓଡିଶା କଂଗ୍ରେସ ସେବାଦଳ ୟଙ୍ଗ ବ୍ରିଗେଡ ସାଧାରଣ ସମ୍ପାଦକ ଅମରେନ୍ଦ୍ର ନନ୍ଦ, ଭଜ ରାଜ ଭୋଇ, ଦୁର୍ଯ୍ୟୋଧନ ରଣା, ପୁରୁନ ମାଝୀ, ଚତୁର ଭୋଇ, ଯାଦବ ମାଝୀ, ସୁଜନ ରଣା ପ୍ରମୁଖ କହିଛନ୍ତି ଯେ ବର୍ଷାଦିନେ ଉପରୋକ୍ତ ରାସ୍ତା ମରଣଯନ୍ତା ପଲଟୁଥିବାରୁ ଲୋକେ ଯାତାୟାତରେ ନାହିଁ ନ ଥିବା ହନ୍ତସନ୍ତ ହେଉଛନ୍ତି l

Comments (0)
Add Comment