କାମ୍ ଥି ଜଏନ୍ ନାଇଁ କରବାର୍ ଡାକ୍ତର

ବଲାଙ୍ଗୀର୍ ଜିଲ୍ଲା ଖପ୍ରାଖୋଲ୍ ବ୍ଲକ୍ ଲାଠୋର୍ ସରକାରୀ ଡାକ୍ତରଖାନା ଥି ଡାକ୍ତର୍ ଜଏନ୍ ନାଇଁ କରବାର୍। ଡାକ୍ତର୍ ନିଯୁକ୍ତି ର ଗୁଟେ ମାସ୍ ହେଇ ଯାଇଥିଲେ ବି ଡାକ୍ତର୍ ଜଏନ୍ ନାଇଁ କରବାର୍ ଯୁଗୁଁ ରୁଗୀ ମାନେ ବହୁତ୍ ଅସବିଧା ଥି ପଡୁଛନ୍।ଲାଠୋର୍ ଥି କାମ୍ କରୁଥିବା ଆଘଲି ଏମବିବିଏସ୍ ଡାକ୍ତର ୧୦ ଫେବୃଆରୀ ୨୦୧୯ ଥି ଅଲଗା ଆଡକେ ବଦଲି ହେଇକରି ଗଲେ।୨୦୧୯ ଥି ଲାଠୋର ର ପିଲା ମାନେ ବଲାଙ୍ଗୀର୍ ସର୍କିଟ୍ ହାଉସ୍ ଥି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ୍ ଙ୍କୁ ଭେଟ୍ କରି ଡାକ୍ତର ଲାଗି ଗୁହାରି କରିଥିଲେ।କେନସି ସୁଫଲ୍ ନାଇଁ ମିଲବାର୍ ଉତ୍ତାରୁ ଦୂର୍ଗା ଚରଣ ବେହେରା ଙ୍କ ନେତୃତ୍ୱ ଥି ୨୦୨୧ ଫେବୃଆରୀ ୬ ତାରିଖ୍ ଗାଁ ବାଲେ ସିଡିଏମଓ ଆଉ କଲେକ୍ଟର ଙ୍କୁ ଭେଟିଥିଲେ।ଯଦି ଡାକ୍ତର ନିଯୁକ୍ତି ନାଇଁ ହେଲା ବେଲେ ଫେବୃଆରୀ ୧୫ ତାରିଖ୍ ଦିନ୍ ଆନ୍ଦୋଳନ୍ କରବାକେ ଧମକ୍ ଦେଇଥିଲେ।ଇସବୁ ଦେଖି ସ୍ବାସ୍ଥ୍ୟ ବିଭାଗ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ଅଫିସ୍ ଚିଠି ସଂଖ୍ୟା ୮୫୦/ତା.୧୨/୨/୨୦୨୧ରିଖ୍ ରେ ଡ଼ଃ ସୂର୍ଯ୍ୟ ରଶ୍ମି ସୁମିତ ମହାଲିଙ୍ଗ୍ କୁ ଲାଠୋର୍ ଡାକ୍ତରଖାନା ଥି ନିଯୁକ୍ତି ଦେଇଥିଲେ। ନିର୍ଦ୍ଦେଶନାମା ର୍ ମାସ୍ ଗୁଟେ ହେଇ ଯାଇଥିଲେ ବି ଡାକ୍ତର୍ କାମ୍ ଥି ଜଏନ୍ ନାଇଁ କରବାର୍।ଇ ବିଷୟ ଥି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭୀମ ସାହୁଙ୍କୁ ପଚରାଲା ଉତ୍ତାରୁ ଆବଶ୍ୟକ ସହଯୋଗ ନାଇଁ ମିଲବାର୍ ଯୁଗୁଁ ଡାକ୍ତର ହେନ୍ କେ ଯିବାକେ ରାଜି ନାଇଁ ହେବାର ବୋଲି କହିଛନ୍।

Comments (0)
Add Comment