ବଲାଙ୍ଗୀର ରେ ପ୍ରଥମ କରୋନା ଟୀକା ନେଲେ ଡାକ୍ତର ଗିରିଜା ଉଦଗାତା

କୋଶଲ ନ୍ୟୁଜ୍ ବ୍ୟୁରୋ : ବଲାଙ୍ଗୀର : ଆଜି ବିଶ୍ଵର ସବୁଠାରୁ ବଡ ଟୀକାକରଣ କାର୍ଯ୍ୟକ୍ରମ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ୱାରା ଶୁଭାରମ୍ଭ ହୋଇ ଯାଇଛି, ଭାରତର ସମସ୍ତ ରାଜ୍ୟର ଜିଲ୍ଲା ମାନଙ୍କରେ ଆଜିଠାରୁ ଆରମ୍ଭ ହୋଇଛି| ସେହିପରି ଆଜି ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି| ଆଜି ୧୧:୦୫ ଟା ସମୟରେ ଡାକ୍ତର ଗିରିଜା ଉଦଗାତା ଙ୍କୁ ପ୍ରଥମ କରୋନା ଟୀକା ଦିଆଯାଇଥିଲା ତା ପରେ ତାଙ୍କୁ ଅଧଘଣ୍ଟା ପର୍ଯ୍ୟନ୍ତ ଅଭଜରଭେସନ୍ ରେ ରଖାଯାଇଥିଲା, ତାଙ୍କର ପ୍ରତିକ୍ରିୟା ରଖି ସେ କହିଥିଲେ ଯେ ମୁଁ ଟୀକା ନେବା ପରେ ଅଧଘଣ୍ଟା ସମୟ ବିତିଗଲାଣି ଏବେ ପର୍ଯ୍ୟନ୍ତ ମୋ ଶରୀରରେ କିଛି ବି ପାର୍ଶ୍ଵପ୍ରତିକ୍ରିୟା ନାହିଁ, ମୁଁ ପୁରା ଫିଟ ଅଛି|

ବଲାଙ୍ଗୀର ସିଡିଏମଓ ଡାକ୍ତର ଗିରିଜା ଉଦଗାତା ଙ୍କୁ ଭେକ୍ସିନ୍ ଅଫିସର ଓ ଟୀକା କରଣ ପରେ ଯାହା ପାଖରେ ପାର୍ଶ୍ଵପ୍ରତିକ୍ରିୟା ଦେଖାଦେବ ତାଙ୍କର ଦେଖାଶୁଣା ଓ ଚିକିତ୍ସା କରିବାପାଇଁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ | ସେ ବଲାଙ୍ଗୀର ଜିଲ୍ଲାର କୋଭିଡ-୧୯ ନୋଡାଲ ଅଫିସର ଦାୟିତ୍ଵ ରେ ଅଛନ୍ତି |
କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବ ଆଗରୁ ଜରୁରୀକାଳୀନ ସମସ୍ତ ସୁବିଧା ଟୀକାକରଣ କେନ୍ଦ୍ରରେ ରଖାଯାଇଥିଲା ଯେପରିକି ଆମ୍ବୁଲାନ୍ସ, ଡାକ୍ତର ଦଳ ଓ ୩ ଟି ଆଇସିୟୁ ମଧ୍ଯ ରେଡି କରାଯାଇଥିଲା |
ସୂଚନାଯୋଗ୍ଯ ଯେ ବଲାଙ୍ଗୀର ରେ ପ୍ରାୟ 8000 ଭେକ୍ସିନ୍ ଆସି ପହଁଞ୍ଚିଛି ଓ ପ୍ରାୟ ୧୧୮୦୦ ସ୍ୱାସ୍ଥ୍ୟ କର୍ମୀ ରେଜିଷ୍ଟ୍ରୀସନ୍ କରିଛନ୍ତି| ପ୍ରଥମ ପର୍ଯାୟରେ ଆଜି ୩୦୦ ଜଣଙ୍କୁ ଟୀକା ଦିଆଯିବ | ଆଜି ଜଣେ ଡାକ୍ତର, ଜଣେ ସ୍ୱାସ୍ଥ୍ୟ କର୍ମୀ ଏବଂ ଜଣେ ସଫାଇ କର୍ମଚାରି ଙ୍କୁ ପ୍ରଥମ ଟୀକା ଦିଆଯାଇଥିଲା
Comments (0)
Add Comment