ପାଣି ପାଇଁ ହନ୍ତସନ୍ତ ଜଳପାଙ୍କେଲ ଗ୍ରାମ ର କଲେଜ ଛକ ପଡ଼ା ବାସି

ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଳପାଙ୍କେଲ୍ ଗ୍ରାମର କଲେଜ ଛକ ପଡା ରେ ୫୦ ରୁ ଅଧିକ ପରିବାର ବାସ କରୁଛନ୍ତି। ମୁଖ୍ୟ ରାସ୍ତା କଡ଼ରେ ଏକ ନଳକୂପ ଅଛି। ନଳକୂପ ଟି ୭ ମାସ ହେଲା ଅଚଳ ହୋଇ ପଡ଼ିଛି। ଗ୍ରାମରେ ବସୁଧା ଯୋଜନା କାର୍ଯ୍ୟକାରୀ ହେଉଛି କିନ୍ତୁ କଲେଜ ଛକ ଟି ଉଚ୍ଚ ସ୍ଥାନରେ ଥିବାରୁ ସେଠାରେ ଥିବା ଷ୍ଟାଣ୍ଡ ପୋଷ୍ଟ ଗୁଡାକୁ ଠିକ୍ ଭାବରେ ପାଣି ପହଞ୍ଚି ପାରୁନାହିଁ।ଏବେ ଗ୍ରୀଷ୍ମ ଋତୁ ହୋଇଥିବାରୁ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। ନଳକୂପ ଟିକୁ ମରାମତି ପାଇଁ ବାରମ୍ବାର ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଣାଇ ଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଏପ୍ରର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ।ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳ କଷ୍ଟ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇଛି। ଯଦି ନଳକୂପ ଟିକୁ ମରାମତି କରାଯାଏ ତାହେଲେ ପଡାବାସି ଙ୍କୁ ଆଉ ହଟହଟା ହେବାକୁ ପଡିବ ନାହିଁ। ପଡା ବାସି ଅନୁରୋଧ କରିଛନ୍ତି ଶୀଘ୍ର ନଳକୂପ ଟିକୁ ମରାମତି କରି ଆମର ଜଳ କଷ୍ଟ ପ୍ରଶାସନ ଦୁର କରନ୍ତୁ।

Comments (0)
Add Comment