ଶିକ୍ଷକ ଏକାଦଶ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଦଯାପିତ

କୋଶଲ ନ୍ୟୁଜ୍ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଶ୍ରୀ ଦୁର୍ଗେଶ୍ବରୀ ଖେଳପଡିଆ ରେ ଚାଲିଥିବା ଶିକ୍ଷକ ଏକାଦଶ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଦଯାପିତ ହୋଇଯାଇଛି।ଦୁଇ ଦିନ ଧରି ଚାଲିଥିବା ଏହି ଟୁର୍ନାମେଣ୍ଟ ରେ ୧୨ ଟି ଦଳ ଅଂଶଗ୍ରହଣ କରିଥିଲେ। ଆଜିର ଫାଇନାଲ ମ୍ୟାଚ ରେ ଦେଓଗାଁ ଶିକ୍ଷକ ଏକାଦଶ ଦଳକୁ ନୁଆପଡା ଶିକ୍ଷକ ଏକାଦଶ ଦଳ ପରାସ୍ତ କରି ଚମ୍ପିୟାନ ହୋଇଛି। ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଲାଠୋର ଷ୍ଟେଟ ବ୍ୟାଙ୍କ ସାଖା ପରିଚାଳକ ସ୍ବୈମ୍ୟରଞ୍ଜନ ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସିଆରସିସି କୁଞ୍ଜବିହାରୀ ସରାଫ୍, ଶିକ୍ଷକ ସୁଶିଲ କୁମାର ପୋଢ,ମିଠାଲାଲ ସୁନା, ସାମ୍ବାଦିକ ପ୍ରକାଶ ବେହେରା, ସାମ୍ବାଦିକ କ୍ରିଷ୍ଣା ସେଠୀ ଯୋଗ ଦେଇଥିଲେ। ଶିକ୍ଷକ କୋଦୋଣ୍ଡ ନାଏକ,କାହ୍ନା ମେହେର, ସନ୍ତୋଷ ମେହେର, ଅଚ୍ୟୁତାନନ୍ଦ ସାହୁ,ମାଧବ ଶବର, ଅଭିମନ୍ୟୁ ବରିହା,ଅଶ୍ବନି ସାହୁ, ରବିନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ସମ୍ପୂର୍ଣ କୋଭିଡ ଗାଇଡ ଲାଇନ ଅନୁସାରେ ଖେଳ ପରିଚାଳନା ହୋଇଥିଲା।

Comments (0)
Add Comment